ରାଜ୍ୟ ମହିଳା ମୋର୍ଚ୍ଚା ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ଜୁଲାଇ ୧୯ : ଗତକାଲି ଏକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ କାର୍ଯ୍ୟକାରିଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗକୁ ପଞ୍ଚାୟତ ପୌର ନିର୍ବାଚନନ ଥିବାରୁ ବୁଥସ୍ତରରୁ ମହିଳା ନେତ୍ରୀଙ୍କୁ ଚିହ୍ନଟ କରିବାକୁ ଗୁରୁତ୍ୱ ଦିଆଯାଇଛି । ଏହି ବୈଠକ ମହିଳା ମୋର୍ଚ୍ଚା ନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣି ବେଠକରେ ରଜ୍ୟ ବିଜେପି ସଭାପତି ସମୀର ମହାନ୍ତି,କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ ସବୁ ଜିଲ୍ଲାର ମହିଳା ମୋର୍ଚ୍ଚା ଅଧିକାରି ମାନେ ଯୋଗ ଦେଇଥିଲେ । ଏହି ଅବସରରେ ସ୍ମୃତି ପଟ୍ଟନାୟକ କହିଥିଲେ ଯେ ମହିଳା ମାନେ ସ୍ୱୟସମ୍ପନ ହେବା ସହିତ ସଙ୍ଗଠନକୁ ମଜବୁଥ କରିବା ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ତୃଣମୁଳ ସ୍ତରକୁ ନେବାକୁ ସେ ଅହ୍ୱାନ ଦେଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଥିଲେ ଦଳକୁ ଆଗକୁ ନେବାରେ ମୋର୍ଚ୍ଚାର ଭୂମିକା,ସଂଘର୍ଷ ଓ ମୋଦି ସରକାରଙ୍କ ମହିଳାଙ୍କ ପାଇଁ ହୋଇଥିବା ଯୋଜନାକୁ ଘରେ ଘରେ ପହଞ୍ଚାଇବା ଅବଶ୍ୟକ । ଯେ ପର୍ଯ୍ୟନ୍ତ ମହିଳା ମାନଙ୍କୁ ନେତୃତ୍ୱ ନେବାର ଅଧିକାର ଦିଆଯିବ ନାହିଁ ସେ ପର୍ଯ୍ୟନ୍ତ ମହିଳାଙ୍କ ସଶକ୍ତିକରଣ ଏବଂ ସମାଜର ଅଗ୍ରଗତି ହେବ ନାହିଁ ବୋଲି ସେ କହିଥିଲେ

Leave A Reply

Your email address will not be published.