ପଂଜାବ କଂଗ୍ରେସରେ ସିଦ୍ଧୁ ହେଲେ କ୍ୟାପଟେନ୍‌

ଚଣ୍ଡୀଗଡ଼, ଜୁଲାଇ ୧୯ : ପଂଜାବ କଂଗ୍ରେସ ସଂକଟ ସମୟରେ ବଡ଼ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପୂର୍ବତନ ମନ୍ତ୍ରୀ ନବଜୋତ ସିଦ୍ଧୁଙ୍କୁ କଂଗ୍ରେସ ତଥା ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ତଥା କ୍ୟାପଟେନ୍ କରିଛି । ପଂଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସିଦ୍ଧୁଙ୍କ ଉପରେ ବଡ଼ ଦାୟିତ୍ୱ ଛାଡ଼ିଛି । ଏନେଇ କେସି ବେଣୁଗୋପାଳଙ୍କ ତରଫରୁ ପତ୍ର ଜାରି କରିଦିଆଯାଇଛି । ପତ୍ରରେ ଲେଖାଯାଇଛି ଯେ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏହି ନିଷ୍ପତ୍ତି ନେଇଛନ୍ତି ।  ଏଥି ସହିତ କଂଗ୍ରେସ ପଂଜବରେ ୪ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦେଇଛି । ସେମାନେ ହେଲେ ସଂଗତ ସିଂହ, ସୁଖବିନ୍ଦର ସିଂହ ଡେନୀ, ପବନ ଗୋୟଲ ଏବଂ କୁଲଜୀତ ସିଂହ ନାଗରା । ତେଣୁ ଏବେ ସ୍ପଷ୍ଟ ହୋଇଯାଇଛି ଯେ, କ୍ୟାପଟେନ ଅମରିନ୍ଦର ସିଂହ ପଂଜାବର ମୁଖ୍ୟମନ୍ତ୍ରୀ ରହିବେ ଏବଂ ରାଜ୍ୟରେ କଂଗ୍ରେସର ଦାୟିତ୍ୱ ନବଜୋତ ସିଂହ ସିଦ୍ଧୁଙ୍କ ହାତରେ ରହିବ । ପଂଜାବ କଂଗ୍ରେସରେ ସଭାପତି ହେବା ପରେ ସିଦ୍ଧୁ ପଟିୟାଲା ହାଉସ ପହଂଚିଛନ୍ତି । ଏଠାରେ ସିଦ୍ଧୁଙ୍କର ଘର ମଧ୍ୟ । ପଟିଆଲ ପହଂଚିବା ପରେ ସିଦ୍ଧୁ ସର୍ବପ୍ରଥମେ ଦୁଖନିବାରଣ ସାହିବ ଗୁରୁଦ୍ୱାରରେ ମୁଣ୍ଡିଆ ମାରିଥିଲେ । 

Leave A Reply

Your email address will not be published.