ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ଯୋଜନା

ନୂଆଦିଲ୍ଲୀ, ଜୁଲାଇ ୧୯ : ଆଫଗାନିସ୍ତାନରୁ ଆମେରିକା ନିଜର ସେନା ପ୍ରତ୍ୟାହାର କରିବା ପରେ ପାକିସ୍ତାନକୁ ବଡ଼ ସୁଯୋଗ ମିଳିଯାଇଛି । ପାକିସ୍ତାନର ଇଣ୍ଟର-ସର୍ଭିସେଜ ଅର୍ଥାତ ଆଇଏସ୍‌ଆଇ ଆଫଗାନିସ୍ତାନରେ ଭାରତ ଦ୍ୱାରା ନିର୍ମିତ ବିକାଶମୂଳକ ପ୍ରକଳ୍ପକୁ ଟାର୍ଗେଟ କରିବାକୁ ନିର୍ଦ୍ଦେଶ ଦେଇଛି । ଆଇଏସଆଇ ତାଲିବାନରେ ସାମିଲ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ କହିଛି ଯେ ବିଗତ କିଛି ବର୍ଷ ମଧ୍ୟରେ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ଭାରତ ଦ୍ୱାରା ନିମିର୍ତ ବିକାଶମୂଳକ କାମ ଉପରେ ଆକ୍ରମଣ କରାଯାଉ । ଜାତୀୟ ଗଣମାଧ୍ୟମ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଆଫାଗାନିସ୍ତାନରେ ତାଲିବାନ ଅଧିକାଂଶ ଅଂଚଳକୁ ନିଜର ନିୟନ୍ତ୍ରଣରେ ରଖିଛି ଏବଂ ଆଫଗାନିସ୍ତାନ ସେନା ଲଗାତାର ଦୁର୍ବଳ ମନେ ହେଉଛି । ପାକିସ୍ତାନ ମଧ୍ୟ ତାଲିବାନକୁ ସହଯୋଗ କରୁଛି । କାରଣ ଏହାର ସହଯୋଗରେ ଭାରତକୁ ଆଫଗାନିସ୍ତାନରୁ ବାହାର କରିପାରିବ ବୋଲି ଆଶା ରଖିଛି । ଭାରତ ସରକାର ବିଗତ ୨ ଦଶନ୍ଧୀ ଧରି ଆଫଗାନିସ୍ତାନର ପୁନଃନିର୍ମାଣ ପ୍ରୟାସରେ ୩ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ପୁଂଜି ନିବେଶ କରିଛି, ଯେଉଁଥିରେ କି ଡେଲାରାମ-ଜରାଂଗ ସଲମା ଡ୍ୟାମ ମଧ୍ୟରେ ୨୧୮ କିଲୋମିଟର ସଡ଼କ ଏବଂ ୨୦୧୫ରେ ଉଦଘାଯିତ ହୋଇଥିବା ଆଫଗାନ ସଂସଦ ଭବନ ସାମିଲ ରହିଛି । ଏତଦ୍ ବ୍ୟତୀତ ଭାରତ ସରକାର ଆଫଗାନିସ୍ତାନରେ ଆହୁରି ଅନେକ ବିକାଶ କାମ କରିଛନ୍ତି । 

Leave A Reply

Your email address will not be published.