ଦିଲ୍ଲୀରେ କରୋନା ନିୟନ୍ତ୍ରିତ

ନୂଆଦିଲ୍ଲୀ, ଜୁଲାଇ ୧୯ : ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି । ଗତ ଏପ୍ରିଲ ମାସରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ୧୬ ହଜାର ଥିଲା । ମେ’ ମାସରେ ଏହା ପାଖାପାଖି ୯ ହଜାରକୁ ଛଇଁଥିଲା । ଜୁନ୍ ମାସରେ ୨୫୪ ପର୍ଯ୍ୟନ୍ତ ଖସିଥିବା ବେଳେ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ଦୈନିକ ନୂଆ ସଂକ୍ରମର ମାତ୍ର ୭୫ରେ ପହଂଚିଛି ।   ସେହିପରି ଗତ ଏପ୍ରିଲ ମାସରେ ଦୈନିକ ମୃତ୍ୟୁ ୧୭୦ ଥିଲା । ମେ’ ମାସରେ ଏହା ବଢ଼ି ୨୬୦ରେ ପହଂଚିଥିଲା । କିନ୍ତୁ ଜୁନ ମାସରେ କରୋନା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଲା । ଜୁନ୍ ମାସରେ ମୃତ୍ୟୁ ସଂଖ୍ୟା ୨୪ ଥିବା ବେଳେ ଚଳିତ ମାସ ଏହା ୩ ହୋଇଛି ।  ଗତ ମାର୍ଚ୍ଚ ମାସରେ କରୋନାର ମୋଟ ୬ ଲକ୍ଷ ୬୨ ହଜାର ୪୩୦ ସଂକ୍ରମିତ ଥିଲେ । କିନ୍ତୁ ଏପ୍ରିଲ ମାସରେ ଏହା ୪ ଲକ୍ଷ ୮୬ ହଜାର ୯୦୩ ଥିଲା । ଗୋଟିଏ ମାସରେ ଏତେ ସଂଖ୍ୟାରେ ରୋଗୀ ଆସିବାର କାରଣ ଦିଲ୍ଲୀରେ କରୋନା ପିକ ସ୍ତରରେ ଥିଲା । ସଂକ୍ରମଣ ଦର ୩୬ ପତିଶତ ବୃଦ୍ଧି ହୋଇଥିଲା । ସେଠାରେ ୨୮ ହଜାରରୁ ଅଧିକ ମାମଲା ଆସିଥିଲା । ଗତ ବର୍ଷ ଯେତିକି ରୋଗୀଙ୍କର ମୃତ୍ୟୁ ହୋଇଥିଲା, ସେଥିରୁ ଅଧା କେବଳ ଏପ୍ରିଲ ମାସରେ ହିଁ ୫୧୨୦ ଜଣଙ୍କର ଜୀବନ ଯାଇଥିଲା । ଏପ୍ରିଲରେ ଦୈନିକ ସଂକ୍ରମଣ ୧୬ ହଜାର ୨୦୩ ଥିଲା । ମୃତ୍ୟୁ ସଂଖ୍ୟା ୧୭୦ରେ ପହଂଚିଥିଲା । 

Leave A Reply

Your email address will not be published.