ଭାରତରେ କରୋନା: ୨୪ ଘଣ୍ଟାରେ ୩୮,୩୨୫ ନୂଆ ସଂକ୍ରମିତ

ନୂଆଦିଲ୍ଲୀ, ଜୁଲାଇ ୧୯ : କରୋନା ଭାଇରସ୍‌ର ୨ୟ ଲହର ଭାରତରେ ଧୀରେ ଧୀରେ ହ୍ରାସ ପାଉଛି । କିନ୍ତୁ ସଂକ୍ରମଣ ଏଯାଏଁ ନିୟନ୍ତ୍ରଣକୁ ଆସିପାରି ନାହିଁ । କିଛି ରାଜ୍ୟରେ ଏବେବି ସ୍ଥିତି ଖରାପ ରହିଛି ।  କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୩୨୫ ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏହି ସମୟ ମଧ୍ୟରେ ୫୦୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଦେଶରେ ଗତ ୨୪ ଘଣ୍ଟା ପୂର୍ବରୁ ୪୧ ହଜାର ୨୮୩ ଜଣ ନୂଆ ସଂକ୍ରମିତ ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ୫୧୭ ଜଣଙ୍କର ମୃତ୍ୟୁ ହୋଇଥିଲା ।  ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୫୨୮ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୬୯୨କୁ ହ୍ରାସ ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୧ ଲକ୍ଷ ୪୩ ହଜାର ୫୯୫ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୪ ହଜାର ୧୪୧କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ ।

Leave A Reply

Your email address will not be published.