ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର, ଜୁଲାଇ ୧୯ : ରଥଯାତ୍ରାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶ ବାହୁଡ଼ା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଜୋରଦାର ପ୍ରସ୍ତୁତି ଚାଲିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ଆସନ୍ତାକାଲି ଆଶାଢ଼ ଶୁକ୍ଲପକ୍ଷ ଦଶମୀ ତିଥିରେ ଜନ୍ମଦେବୀରେ ଲୀଳାଖେଳା ଶେଷ କରି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ । ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସେବାୟତମାନେ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । କୋଭିଡ-୧୯ କଟକଣା ଯୋଗୁଁ ଶ୍ରୀଜିଉଙ୍କୁ ସାଧାରଣ ଭକ୍ତ ଦର୍ଶନ କରିପାରୁ ନଥିବା ବେଳେ ଆଜି ସଂନ୍ଧ୍ୟା ଦର୍ଶନର ଆୟୋଜନ ହେବ । ଶ୍ରୀଜିଉଙ୍କ ୯ ଦିନିଆ ଯାତ୍ରାର ଜନ୍ମବେଦୀରେ ଏହା ଶେଷ ଦର୍ଶନ ହେବ । ଆଜି ସନ୍ଧ୍ୟାରେ ମହାପ୍ରଭୁ ଶେଷ ଦର୍ଶନ ଦେବେ ଏବଂ ରାତି ପାହିଲେ ବଡ଼ଦେଉଳ ଅଭିମୁଖେ ରଥାରୁଢ଼ ହୋଇ ଆଗକୁ ବଢ଼ିବେ । 

gpkandhamal

କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କ ସଂନ୍ଧ୍ୟା ଦର୍ଶନ ହେବା ପରେ ରାତି ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯିବ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାତି ୧୦ଟାରେ ପହୁଡ଼ ଆଳତି ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହୁଟ କଣ୍ଟ, ଚାରବନ୍ଧା, କୁସୁମିଲାଗି ନୀତି ଅନୁଷ୍ଠିତ ହେବ । ସ୍କନ୍ଧ ପୁରାଣରେ ବର୍ଣ୍ଣିତ ହୋଇଛି ଯେ, ନବମୀ ତିଥିରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ, ତାହା ତ୍ରିକାଳରେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ସମାନ । ତେଣୁ ଭକ୍ତ ସନ୍ଧ୍ୟା ଦର୍ଶନକୁ ଅପେକ୍ଷା କରିଥାଏ । 

Umasankar Adv

ସନ୍ଧ୍ୟା ଦର୍ଶନ ପାଇ ଶ୍ରୀମନ୍ଦିର ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିଲା । ଆଜି ଭୋର ସକାଳ ୪ଟାରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ସେହିପରି ସାଢ଼େ ୪ଟାରେ ମଙ୍ଗଳ ଆଳତି, ୫ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୬ଟାରେ ଅବକାଶ ନୀତି ଓ ୬ଟା ୧୫ରେ ରୋଷହୋମ ନୀତି କରାଯାଇଥିଲା । ଶ୍ରୀଜିଉଙ୍କ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତି ଠିକ ସମୟରେ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । 

Leave A Reply

Your email address will not be published.