ବିଶ୍ୱରେ ୪୧ ଲକ୍ଷ ଟପିଲା କରୋନାଜନିତ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ଜୁଲାଇ ୧୯ : କରୋନା ଭାଇରସ ମହାମାରୀ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସଂକ୍ରମଣ ବ୍ୟାପିବା ଯୋଗୁଁ ବିଶ୍ୱରେ ଏପର୍ଯ୍ୟନ୍ତ ୧୯ କୋଟିରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪୧ ଲକ୍ଷ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୪ ଲକ୍ଷ ୪୦ ହଜାର ୩୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୬୭୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ।  ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୯ କୋଟି ୧୧ ଲକ୍ଷ ୯୪ ହଜାର ୬୭୨ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୧ ଲକ୍ଷ ୫ ହଜାର ୩୫୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୭ କୋଟି ୪୧ ଲକ୍ଷ ୪୭ ହଜାର ୮୧୧ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୨୯ ଲକ୍ଷ ୪୧ ହଜାର ୫୦୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୦ହଜାର ୫୩୨ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୯ ଲକ୍ଷ ୬୩ ହଜାର ୪୩୯କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୨୪ ହଜାର ୭୪୬ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୩ ଲକ୍ଷ ୭୫ ହଜାର ୭୯୦ ଲୋକ ସୁସ୍ଥ ହୋଇଥିବା ବେଳେ ୪୯ ଲକ୍ଷ ୬୨ ହଜାର ୯୦୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୫ ହଜାର ୮୮୬ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.