ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୨୦୮୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ଜୁଲାଇ ୨୦ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୦୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୫୮,୦୫୯ ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ୨୦୮୫ ସଂକମିତଙ୍କ ମଧ୍ୟରୁ ୧୧୯୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୮୭ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗତ ୨୪ ଘଣ୍ଟାରେ ୨୨୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏହାକୁ ମିଶାଇ ସୁସ୍ଥ ତାଲିକା ୯,୩୨,୬୬୬ ରେ ପହଁଞ୍ଚିଛି । ସେହି ପରି ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୧,୫୨,୦୬,୩୩୮ ଜଣଙ୍କ କରୋନା ପରିକ୍ଷା କରାଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୭୩,ବାଲେଶ୍ୱରରୁ ୧୧୩, ବରଗଡରୁ ୧୫,ଭଦ୍ରକରୁ ୧୭୩,ବଲାଙ୍ଗୀରରୁ ୭,ବୌଦ୍ଧରୁ ୩,କଟକରୁ ୨୧୦,ଦେଓଗଡରୁ ୪,ଢେଙ୍କାନାଳରୁ ୪୧,ଗଜପତିରୁ ୧୯,ଗଞ୍ଜାମରୁ ୧୪, ଜଗତ୍ସିଂହପୁରରୁ ୧୦୮, ଯାଜପୁର ୧୩୨,ଝାରସୁଗୁଡାରୁ ୨,କଳାହାଣ୍ଡିରୁ ୧୦, କନ୍ଧମାଳରୁ ୧୮, କେନ୍ଦ୍ରାପଡାରୁ ୯୪.କେଉଁଝରରୁ ୨୪,ଖୋର୍ଦ୍ଧାରୁ ୫୨୮, କୋରାପୁଟରୁ ୧୬. ମାଲକାନଗିରି ୧୯,ମୟୂରଭଞ୍ଜ ୮୪, ନବରଙ୍ଗପୁରରୁ ୧୮, ନୟାଗଡ଼ ୬୦.ନୁଆପଡା ୫, ପୁରୀ ୧୦୬,ରାୟାଗଡା ୧୪, ସମ୍ବଲପୁର ୩୬, ସୋନପୁର ୪, ସୁନ୍ଦରଗଡ ୨୫ ଏବଂ ରାଜ୍ୟପୁଲ୍‌ରୁ ୧୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.