ଏଲଏସି ନିକଟରେ ୩ୟ ଏୟାରକ୍ରାଫ୍ଟ ଅପରେଶନ ପାଇଁ କାମ କରୁଛି ଚୀନ

ପେଇଚିଙ୍ଗ, ଜୁଲାଇ ୨୦ : ଭାରତକୁ ଲାଗି ରହିଥିବା ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ଚୀନ ନିଜର ସୀମିତ ଏୟାରକ୍ରାଫ୍ଟ ଅପରେଶନ ପୂରା କରିବାରେ ଲାଗିଛି । ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ର ମିଳିଥିବା ସୂଚନା ଅନୁସାରେ ପୂର୍ବ ଲଦ୍ଦାଖର ଶାକଚେ ନିକଟରେ ଶିନଜିୟାଙ୍ଗ ରାଜ୍ୟରେ ଚୀନ ଲଢୁଆ ବିମାନର ଅପରେଶନ ପାଇଁ ଏୟାରବେସ ପ୍ରସ୍ତୁତ କରୁଛି । ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଶିବିର କାଶଗର ଏବଂ ହୋଗନରେ ଥିବା ଶିବିର ପାଖାପାଖି ରହିଛି ।  ଉପରୋକ୍ତ ୨ଟି ସ୍ଥାନରେ ପୂର୍ବରୁ ହିଁ ଅପରେଶନ ଜାରି ରହିଛି । ନୂଆ ଶିବିରର ସହଯୋଗରେ ଦୂରତାକୁ ଶେଷ କରିବା ଲାଗି ଚୀନ ବାୟୁସେନାର ଉଦ୍ୟମ ଜାରି ରହିଛି । ଏବେ ଉଭୟ ଶିବିର ମଧ୍ୟରେ ୪୦୦ କିଲୋମିଟର ଦୂରତା ରହିଛି । ଶାକଚେରେ ଏୟାରବେସ ଏବଂ ଏହାକୁ ଲଢୁଆ ଏୟାରକ୍ରାଫ୍ଟ ଅପରେଶନ ପାଇଁ ଅପଗ୍ରେଡ କରାଯାଉଛି । ସୂତ୍ର ଅନୁସାରେ ଏହି ଶିବିର ଖୁବ ଶୀଘ୍ର ପ୍ରସ୍ତୁତ ହୋଇଯିବ ।  ଅନ୍ୟପଟରେ ଉତ୍ତରାଖଣ୍ଡ ସୀମାରେ ବାରାହୋଟୀକୁ ଲାଗିଥିବା ଚୀନର ସୀମା ଉପରେ ମଧ୍ୟ ଭାରତୀୟ ସଂସ୍ଥାର ନଜର ରହିଛି । ଏଠାରେ ଚୀନ ମାନବବିହୀନ ଏୟିୟଲ ଯାନବାହାନ ରଖିଛି । ଏହି ଅଂଚଳରେ ଅନେକ ସମୟରେ ବିମାନ ଉଡୁଥିବା ଦେଖାଯାଉଛି ।

Leave A Reply

Your email address will not be published.