ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ଆଉ ୫୭ ମୃତ

ଭୁବନେଶ୍ୱର, ଜୁଲାଇ ୨୦ : ରାଜ୍ୟରେ କରୋନାରେ ଆଜି ଆଉ ୫୭ ଜଣ ପ୍ରାଣ ହରାଇଛନ୍ତି।ଏହ ସହିତ ରାଜ୍ୟରେ ମୃତ୍ୟୁସଂଖ୍ୟା ୫୧୭୨ ପହଁଞ୍ଚିଛି । ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏହା ପଛକୁ  ସୁନ୍ଦରଗଡ଼ରୁ ୮, ବରଗଡ଼, ମୟୂରଭଞ୍ଜରୁ ୬, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀରୁ ୩, ମାଲକାନଗିରିରୁ ୨, କଟକ, ଦେବଗଡ଼, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ସମ୍ବଲପୁରରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ତେବେ ରାଜ୍ୟରେ ଗତକାଲି ଦୁଇ ହଜାର ତଳକୁ ଦୈନିକ ସଂକ୍ରମଣ ଖସିଥିବା ବେଳେ ଆଜି ପୁଣି ୨୦୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୫୮,୦୫୯ ରେ ପହଞ୍ଚିଛି । ନୁତନ ଭାରିଆଣ୍ଟ ସହିତ କିଛି ରାଜ୍ୟରେ ପୁଣି ସଂକ୍ରମଣ ବଢୁଥିବା ବେଳେ ରାଜ୍ୟରେ ସାଧାରଣ ଲୋକେ କରୋନା କଟକଣା ସଠିକ ଭାବରେ ପାଳନ ନକରିଲେ ପୁନଶ୍ଚ ସଂକ୍ରମଣ ବଢିପାରେ ବୋଲି ଆଶଙ୍କା କରାଯାଉଛି ।

057 code kasam
Leave A Reply

Your email address will not be published.