ମୁମ୍ବାଇକୁ ରେଡ୍ ଆଲର୍ଟ ଜାରି କଲା ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ, ଜୁଲାଇ ୨୦ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଏବଂ ଏହାର ପଡୋଶୀ ଜିଲ୍ଲା ଯଥା ଥାଣେ, ପାଲଘର ଓ ରାୟଗଡ଼ରେ ବିଗତ କିଛି ଦିନ ହେବ ବର୍ଷା ଜାରି ରହିଛି । ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସୂଚନାଯୋଗ୍ୟ, ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଗତ ଏକ ସପ୍ତାହ ମଧ୍ୟରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ସୋମବାର ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଏକାନ୍ତ ସିନ୍ଧେ ଏହି ଘଟଣା ପରେ ଘଟଣାସ୍ଥଳକୁ ପରିଦର୍ଶନ କରିଥିଲେ । ମୃତକଙ୍କ ପରିବାର ଲୋକଙ୍କୁ ୫-୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବା ନେଇ ଘୋଷଣା କରିଥିଲେ ।

Leave A Reply

Your email address will not be published.