କଡା କଟକଣା ମଧ୍ୟରେ ଆରମ୍ଭ ହେଲା ବାହୁଡା ଯାତ୍ରା

ଭୁବନେଶ୍ୱର, ଜୁଲାଇ ୨୦ : ରଥଯାତ୍ରାରେ ଲାଗୁ ହୋଇଥିବା ସୁରକ୍ଷା ବ୍ୟବସ୍ଥା ବାହୁଡା ଯାତ୍ରାରେ ମଧ୍ୟ ଜାରି ରହିଛି । ଜିଲ୍ଲା ଭିତରକୁ ଅନଧୀକାର ପ୍ରବେଶକୁ ମଧ୍ୟ ରୋକିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଏହିପରି ବ୍ୟବସ୍ଥା ସୁନାବେସ,ଅଧରପଣା ଏବଂ ନିଳାଦ୍ରୀ ବିଜେ ସମୟରେ ମଧ୍ୟ ଲାଗୁ ରହିବ । ତେବେ ଏହି କଡା କଟକଣା ମଧ୍ୟରେ ଡ୍ରୋନ୍‌, ଏବଂ ଭିଡିଓ କ୍ୟମେରା ମାଧ୍ୟମରେ ଅମାନିଆଙ୍କ ଉପରେ ନଜର ରଖାଯିବ । ଏହା ସହିତ ଯଦି କେହି ବାହୁଡା ଯାତ୍ରା ସମୟରେ ସାମିଲ ହୋଇ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି । ପୁର୍ବରୁ ଗୁଣ୍ଡିଚା ଯାତ୍ରା ସମୟରେ ଅନେକ ନିୟମ ଉଲଂଘନ କରିଥିବା ୨୫ ଜଣଙ୍କୁ ପୋଲିସ ନୋଟି ପଠାଇ ଥିବା ବେଳେ ଅହୁରି ଅନେକଙ୍କୁ ଏଥିରେ ସମିଲ କରିପାରେ । ତେବେ ଗତକାଲି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରି ଅଧିକାରି ମାନଙ୍କ ସହ ଅଲୋଚନା କରିଛନ୍ତି ପୁରୀ ଏସପି ବିଶାଲ ସିଂ । ତେବେ ବଡଦାଣ୍ଡରେ ଥିବା ଘରଲୋକ ମାନଙ୍କୁ ବାଲକୋନୀ ଓ ଛାତ ଉପରକୁ ନଯିବାକୁ ଅନୁରୋଧ କରାଯାଇଥିବା ବେଳେ ଛାତ ଉପରେ ପୋଲିସ ମୁତୟନ ହେବେ ବୋଲି ସୂଚନା ରହିଛି ।

Leave A Reply

Your email address will not be published.