ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ ଅଗଷ୍ଟ ୨୧ ଯାଏଁ କଟକଣା ବଢ଼ାଇଲା କାନାଡା

ନୂଆଦିଲ୍ଲୀ, ଜୁଲାଇ ୨୦ : ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ ପୁଣି ଚିନ୍ତା ବଢ଼ିଛି । କୋଭିଡ-୧୯ର ଡେଲ୍ଟା ଭାଇରସ ସଂକ୍ରମଣ ବୃଦ୍ଧି ଯୋଗୁଁ କାନାଡା ପକ୍ଷରୁ ଏହି କଟକଣା ଜୁଲାଇ ୨୧ରୁ ଅଗଷ୍ଟ ୩୧ ଯାଏଁ ବୃଦ୍ଧି କରିଛି । ଭାରତୀୟ ବିମାନଯାତ୍ରୀଙ୍କ ପାଇଁ କାନାଡା ଗତ ଏପ୍ରିଲ ୨୧ରେ କଟକଣା ଲାଗୁ କରିଥିଲା ।  ସୂଚନାଯୋଗ୍ୟ, କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ କାନାଡା ବିଗତ ୪ ମାସ ମଧ୍ୟ ଚତୁର୍ଥ ଥର ପାଇଁ କଟକଣାର ସମୟ ପରିବର୍ତ୍ତନ କରିଛି । ପରିବହନ ମନ୍ତ୍ରୀ ଓମାର ଆଳଘାବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଡେଲଟା ଭ୍ୟାରିଆଣ୍ଟ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଛି । ସଂକ୍ରମଣ ନିୟନ୍ତ୍ରଣ ପାଇଁ ସରକାର ବିମାନଯାତ୍ରୀଙ୍କ ପାଇଁ କଟକଣା ବୃଦ୍ଧି କରିଛନ୍ତି । 

Leave A Reply

Your email address will not be published.