ବ୍ରେନ୍ ଡେଡ ହୋଇସାରିଥିଲେ ୧୩ ବର୍ଷୀୟ କନ୍ୟା, ୪ ଜଣଙ୍କୁ ଦେଲେ ନୂଆ ଜୀବନ

ଚଣ୍ଡୀଗଡ଼, ଜୁଲାଇ ୨୦ : ୧୩ ବର୍ଷ ବୟସର ଜଣେ କନ୍ୟାର ଅଙ୍ଗ ଯୋଗୁଁ ଚଣ୍ଡୀଗଡ଼ ଏବଂ ମୁମ୍ବାଇରେ ୪ ଜଣ ରୋଗୀଙ୍କୁ ନୂଆ ଜୀବନ ମିଳିଛି । ଏହି ଝିଅକୁ ‘ସେରେବ୍ରଲ ଓଡେମା’ ରୋଗ ପରେ ମୃତ ଘୋଷିତ କରି ଦିଆଯାଇଥିଲା । ହସ୍‌ପିଟାଲ ପକ୍ଷରୁ ଗଣମାଧ୍ୟମକୁ ଏହା କୁହାଯାଇଛି ।  ଚଣ୍ଡୀଗଡ଼ର ଝିଅ ଜୁଲାଇ ୮ରେ ସେରେବ୍ରଲ ଓଡେମା କାରଣରୁ ଅଚେତ ହୋଇଯାଇଥିଲେ ଏବଂ ତାଙ୍କୁ ସେକ୍ଟର-୧୬ସ୍ଥିତ ସରକାରୀ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ଥିତି ଖରାପ ହେବାରୁ ପରାସ୍ତତକ ଚିକିତ୍ସା ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ (ପିଜିଆଇଏମ୍‌ଇଆର)ରେ ଭର୍ତ୍ତି କରାଯାଇଥିଲା । ପିଜିଆଇଏମ୍‌ଇଆର ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ସମସ୍ତ ଉଦ୍ୟମ ପରେ ବି ଝିଅର ଜୀବନ ରକ୍ଷା କରାଯାଇ ପାରିଲା ନାହିଁ । ତାଙ୍କୁ ଜୁନ୍ ୧୮ରେ ବ୍ରେନ୍ ଡେଡ ଘୋଷିତ କରି ଦିଆଯାଇଥିଲା ।  ପିଜିଆଇଏମଇଆର ପକ୍ଷରୁ କୁହାଯାଇଛି ଯେ, ସଂସ୍ଥାର ପ୍ରତିରୋପଣ ସମନ୍ୱୟକ ଝିଅର ପିତାଙ୍କୁ ସଂପର୍କ କରିଥିଲେ ଏବଂ ଅଂଗଦାନ ଉପରେ ବିଚାର କରିବାକୁ କହିଥିଲେ । ସେ ଅଂଗଦାନ ପାଇଁ ସହମତି ଦେଇଥିଲେ । ପିଜିଆଇଏମଇଆରରେ ଅତିରିକ୍ତ ଚିକିତ୍ସା ଅଧୀକ୍ଷକ ପ୍ରଫେସର ଅଶୋକ କୁମାର କହିଛନ୍ତି, ପରିବାରର ସହମତି ପରେ ହୃଦୟ, ଯକୃତ, କିଡନୀ ଓ କୋର୍ନିଆକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ଏହାକୁ ଚଣ୍ଡୀଗଡ଼ ଏବଂ ମୁମ୍ବାଇକୁ ଗ୍ରୀନ କରିର୍ଡରରେ ପଠାଯାଇଥିଲା । ଏବେ ଏହି ଅଂଗକୁ ପ୍ରତିରୋପଣ କରି ୪ ଜଣଙ୍କୁ ନୂଆ ଜୀବନ ଦିଆଯାଇପାରିଛି ।

Leave A Reply

Your email address will not be published.