ରାଜ୍ୟରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ଜୁଲାଇ ୨୦ : ଜୁଲାଇ ୨୧ ତାରିଖ ବେଳକୁ ଉତ୍ତର-ପଶ୍ଚିମ ଉପକୂଳରେ ସାଇକ୍ଲୋନିକ୍ ଷ୍ଟର୍ମ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ୨୨ ବା ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆଶା କରାଯାଉଛି ଏବଂ ଏହା ପ୍ରଭାବରେ ରାଜ୍ୟରେ ଦେଖାଦେଇଥିବା ନିଅଣ୍ଟିଆ ବର୍ଷାର ଅଭାବ ପୁରଣ ହୋଇପାରିବ । ତେବେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ହାଲୁକା ବର୍ଷା ସହିତ ବଜ୍ରପାତ ହେବାକୁ ଥିବା ବେଳେ କନ୍ଧମାଳ,ଗଜପତି,ଗଞ୍ଜାମ,ନୟାଗ.କେଉଂଝର ,ମୟୁରଭଞ୍ଜରେ ଘଡଘଡି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ରାଜ୍ୟରେ ଆଗାମି ତିନିରୁ ଚାରିଦିନ ପର୍ଯ୍ୟନ୍ତ ବର୍ଷା ଲଗି ରହିବା ସହିତ କିଛିକିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ଏ ପର୍ଯ୍ୟନ୍ତ ଓଡିଶାରେ ମୌସୁମୀ ବର୍ଷା ଜୁଲାଇ ମାସରେ ସାଧାରଣ ପରିମାଣଠାରୁ ୪୦ ପ୍ରତିଶତ କମ୍ ଅଟେ। ଜୁଲାଇ ମାସରେ ପ୍ରାୟ ୧୭ ଟି ଜିଲ୍ଲାରେ କମ୍ ବୃଷ୍ଟିପାତ ହୋଇଥିବାବେଳେ ୭ ଟିରେ ବହୁ ପରିମାଣର ବୃଷ୍ଟିପାତ ରେକର୍ଡ କରାଯାଇଛି। 

Leave A Reply

Your email address will not be published.