ମନ୍ କି ବାତ୍ ମାଧ୍ୟମରେ ବଢ଼ିଲା ରେଡିଓର ଲୋକପ୍ରିୟତା

ନୂଆଦିଲ୍ଲୀ, ଜୁଲାଇ ୨୦ : ସଂଚାରର ନୂଆ ମାଧ୍ୟମ ମଧ୍ୟରେ ଅଣନିଃଶ୍ୱାସୀ ହୋଇଯାଇଥିବା ରେଡିଓକୁ ‘ମନ୍ କି ବାତ୍‌’ ଅକ୍ସିଜେନ୍ ଯୋଗାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ କାର୍ଯ୍ୟକ୍ରମ ଢେର ଲୋକପ୍ରିୟତା ଅର୍ଜନ କରିଛି । ଏହା କେବଳ ରେଡିଓର ଲୋକପ୍ରିୟତା ବଢ଼ାଇ ନାହିଁ, ବରଂ ରୋଜଗାର ମଧ୍ୟ ବଢ଼ାଇଛି । ବର୍ଷ ୨୦୧୪ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୩୦.୮୦ କୋଟି ଟଙ୍କା ଅର୍ଜିତ କରିଛି । ବର୍ଷ ୨୦୧୭-୧୮ ଆର୍ଥିକ ବର୍ଷରେ ୧୦.୧୬ କୋଟି ଟଙ୍କା ରୋଜଗାର ହୋଇଛି । ରାଜ୍ୟ ସଭାରେ ଏକ ପ୍ରଶ୍ନରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଲିଖିତ ଭାବେ ଏହାର ଉତ୍ତର ଦେଇଛନ୍ତି ।  ସୂଚନାଯୋଗ୍ୟ, ମନ୍ କି ବାତ୍ କାର୍ଯ୍ୟକ୍ରମର ପ୍ରସାରଣ ଆକାଶବାଣୀ ଏବଂ ଦୂରଦର୍ଶନର ଭିନ୍ନ ଭିନ୍ନ ଚ୍ୟାନେଲ ମାଧ୍ୟମରେ ମସର ଶେଷ ରବିବାର ପୂର୍ବାହ୍ନ ୧୧ଟାରେ ହୋଇଥାଏ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ, ପ୍ରସାର ଭାରତୀ ନିଜର ଆକାଶବାଣୀ ଏବଂ ଦୂରଦର୍ଶନ ନେଟୱର୍କ ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଆଜି ପର୍ଯ୍ୟନ୍ତ ମନ୍ କି ବାତ୍ କାର୍ଯ୍ୟକ୍ରମର ୭୮ଟି ଆପିଶୋଡ଼ ପ୍ରସାରଣ କରିଛି । ଏହି କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ଭାଷା ଓ ଏହା ପରେ ଏହାର ଉପଭାଷାରେ ମଧ୍ୟ ପ୍ରସାରଣ କରାଯାଉଛି ।  ଠାକୁର କହିଛନ୍ତି ଯେ, ଦୂରଦର୍ଶନର ୩୪ଟି ଚ୍ୟାନେଲ ଏବଂ ପାଖାପାଖି ୯୧ଟି ଘରୋଇ ସାଟଲାଇଟ ଟିଭି ଚ୍ୟାନେଲ ପୂରା ଭାରତବର୍ଷରେ ଏହି ରେଡିଓ କାର୍ଯ୍ୟକ୍ରମର ପ୍ରସାରଣ କରିଥାନ୍ତି । ଏହି କାର୍ଯ୍ୟକ୍ରମର ଦର୍ଶକଙ୍କ ସଂଖ୍ୟା ୧୧.୮ କୋଟ । ଠାକୁର କହିଛନ୍ତି ଆର୍ଥିକ ବର୍ଷ ୨୦୧୭-୧୮ରେ ୧୦ କୋଟି ୬୪ ଲକ୍ଷ ୨୭ ହଜାର ୩୦୦, ୨୦୧୮-୧୯ରେ ୭ କୋଟି ୪୭ ଲକ୍ଷ, ୨୦୧୯-୨୦ରେ ୨ କୋଟି ୫୬ ଲକ୍ଷ ଏବଂ ୨୦୨୦-୨୧ରେ ୧ କୋଟି ୨ ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି ।

Leave A Reply

Your email address will not be published.