୧୨୫ ଦିନ ପରେ ପ୍ରଥମ ଥର ୩୦ ହଜାରରୁ କମ କରୋନା ସଂକ୍ରମଣ

ନୂଆଦିଲ୍ଲୀ, ଜୁଲାଇ ୨୦: କରୋନା ଭାଇରସ୍‌ର ନେଇ ଭାରତବାସୀଙ୍କ ପାଇଁ ଭଲ ଖବର ଆସିଛି । ଦୀର୍ଘ ଚାରି ମାସ ଅର୍ଥାତ ୧୨୫ ଦିନ ପରେ ଦୈନିକ ସଂକ୍ରମଣ ୩୦ ହଜାର ତଳକୁ ଖସିଛି । କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯ ହଜାର ୪୨୪ ଜଣ ଲୋକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୩୭୨ ଲୋକଙ୍କର ପ୍ରାଣହାନୀ ଘଟିଛି । କିନ୍ତୁ ୨୪ ଘଣ୍ଟା ପୂର୍ବରୁ ଦେଶରେ ୩୮ ହଜାର ୩୨୫ ଜଣ ଲୋକ କରୋନା ସଂକ୍ରମିତ ହୋଇଥିଲେ । ଏହି ସମୟ ମଧ୍ୟରେ ୫୦୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।  ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫ ହଜାର ୩୬୯ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୨ ହଜାର ୩୭୫କୁ ହ୍ରାସ ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୧ ଲକ୍ଷ ୭୩ ହଜାର ୧୯ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୧୩କୁ ବୃଦ୍ଧି ପାଇଥିବା କୁହାଯାଇଛି । 

Leave A Reply

Your email address will not be published.