ବନ୍ଦ ହେଲା ଶିଳ୍ପାଙ୍କ ସୁଟିଂ

ମୁମ୍ବାଇ : ପୋଲିସ ସ୍ୱାମୀଙ୍କୁ ବାନ୍ଧିନେଲା। ଏବେ ୨୩ ତାରିଖ ଯାଏଁ ପୋଲିସ ହେପାଜତରେ ରାଜ କୁନ୍ଦ୍ରା। ଏଭଳି ସ୍ଥିତିରେ ପତ୍ନୀ ଶିଳ୍ପା କେମିତି ଯିବେ ସୁଟିଂ ପାଇଁ। ସଫା ସଫା ମନା କରିଦେଲେ। ବ୍ୟବସାୟୀ ସ୍ୱାମୀଙ୍କୁ ନେଇ ଚାରିଆଡେ ନିନ୍ଦା ଆଉ ସମାଲୋଚନା। ସୋସିଆଲ ମିଡିଆରେ ବି ଥୁ ଥୁ। ଆଉ ଏହାରି ଭିତରେ ଆଜି ସୁପର ଡାନ୍ସର-୪ର ସୁଟିଂ କ୍ୟାନସଲ କରିଦେଇଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ଡାନ୍ସ ରିଆଲିଟି ସୋ ସୁପର ଡାନ୍ସର-୪ର ଜଣେ ଜଜ୍ ହେଉଛନ୍ତି ଶିଳ୍ପା । ଡାନ୍ସ ଗୁରୁ ଗୀତା ମା ଏବଂ ଅନୁରାଗ ବାସୁଙ୍କ ସହ ସେ ବିଚାରପତି ସାଜିଛନ୍ତି । ତେବେ ଆଜି ସ୍ୱାମୀଙ୍କ ପାଇଁ ସୁଟିଂକୁ ଯାଇପାରିନଥିଲେ ଶିଳ୍ପା । ମିଳିଥିବା ସୂଚନା ଅନୁସାରେ ଶିଳ୍ପାଙ୍କ ପାଇଁ ଅଟକିନି ସୁଟିଂ। ଅର୍ଥାତ୍ ଶିଳ୍ପାଙ୍କ ବିନା ରିଆଲିଟି ସୋର ସୁଟିଂ ହୋଇଛି ଏବଂ ଆସନ୍ତା ଏପିସୋଡରେ ଶିଳ୍ପାଙ୍କୁ ଦେଖିପାରିବେନି ଦର୍ଶକ। ଏହାପୂର୍ବରୁ ମଧ୍ୟ ଶିଳ୍ପାଙ୍କ ବିନା ରିଆଲିଟି ସୋ ସୁପର ଡାନ୍ସର-୪ର ସୁଟିଂ ହୋଇଥିଲା। ସେତେବେଳେ ଶିଳ୍ପାଙ୍କ ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବଂ ରିଆଲିଟି ସୋରେ ସ୍ପେଶାଲ ଜଜ୍ ଭାବେ ଶିଳ୍ପାଙ୍କ ସ୍ଥାନ ନେଇଥିଲେ ମଲାଇକା ଆରୋରା। ଏବେ ପୁଣିଥରେ ସୁଟିଂରୁ ବ୍ରେକ୍ ନେଇଛନ୍ତି ଶିଳ୍ପା ସେଟ୍ଟୀ । ଚର୍ଚ୍ଚା ହେଉଛି, ଶିଳ୍ପାଙ୍କ ଏଥରର ବ୍ରେକ୍ ଟିକେ ଲମ୍ବା ହୋଇପାରେ।

Leave A Reply

Your email address will not be published.