ଭାରତରେ କରୋନା ଟିକାକରଣ ଲାଗି ୨.୫ କୋଟି ଡଲାର ସହାୟତା ଦେବ ଆମେରିକା

ନୂଆଦିଲ୍ଲୀ, ଜୁଲାଇ ୨୯ : ଭାରତରେ କରୋନା ଭାଇରସର ୨ୟ ଲହର ତଳ-ଉପର ଦେଇ ଗତି କରୁଛି । ଲଗାତାର ୨ୟ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରରୁ ଊର୍ଦ୍ଧ୍ୱ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪୩ ହଜାର ୧୫୯ ଥିବା ବେଳେ ମୃତ୍ୟୁ ସଂଖ୍ୟା ୬୪୧ ରହିଛି । କୋଭିଡ-୧୯ ମହାମାରୀ ଏବଂ ଏହାର ପ୍ରଭାବରୁ ବର୍ତ୍ତିବା ଲାଗି ସହଯୋଗକୁ ଆହୁରି ଅଧିକ ବଢ଼ାଇବା ପାଇଁ ଆମେରିକା ଚିନ୍ତା କରିଛି ।  ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ ବୁଧବାର ଘୋଷଣା କରିଛନ୍ତି ଯେ, ଭାରତରେ ଟିକାକରଣ ପାଇଁ ଆମେରିକା ୨.୫ କୋଟି ଡଲାରର ସହାୟତା ଯୋଗାଇଦେବ । ଏହି ରାଶି ମିଳିବା ପରେ ଭାରତରେ ଟିକାକରଣ ପ୍ରକ୍ରିୟ ଆହୁରି ତୀବ୍ର ହେବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ, ଭାରତରେ ଗତ ଜାନୁଆରୀ ମାସ ୧୬ ତାରିଖ ଠାରୁ ଟିକାକରଣ ଜାରି ରହିଛି । 

Leave A Reply

Your email address will not be published.