ଟୋକିଓ ଅଲିମ୍ପିକ୍ସ: ମାତ୍ର ୪୦ ମିନିଟରେ ଜିତିଲେ ପିଭି ସିନ୍ଧୁ

ଟୋକିଓ, ଜୁଲାଇ ୨୯ : ଟୋକିଓ ଅଲିମ୍ପିକ୍ସର ୭ମ ଦିନରେ ଭାରତୀୟ ଦଳ ନିଜର ଅଭିଯାନ ଜାରି ରଖିଛନ୍ତି । ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ମହିଳା ଏକକ ବର୍ଗରେ ଡେନମାର୍କର ମିଆ ବ୍ଲିଚଫେଲ୍ଡଟଙ୍କୁ ୨୧-୧୫,୨୧-୧୩ରେ ପରାସ୍ତ କରିଛନ୍ତି । ଏଥି ସହିତ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ତାରକା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସୂଚନାଯୋଗ୍ୟ, ପିଭି ସିନ୍ଧୁ ଆଜି ନିଜର ପ୍ରତିଯୋଗୀଙ୍କ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛନ୍ତି । ସେ ପ୍ରବଳ ଉତ୍ସାହର ସହିତ ମ୍ୟାଚ ଖେଳିଛନ୍ତି । ମ୍ୟାଚ ଆରମ୍ଭରୁ ପିଭି ସିନ୍ଧୁ ଭଲ ଖେଳିଥିଲେ । ମଧ୍ୟବର୍ତ୍ତୀ ସମୟରେ ମିଆ ମଧ୍ୟ ଭଲ ଖେଳିଥିଲେ । କିନ୍ତୁ ସେ ପରବର୍ତ୍ତୀ ସମୟରେ ଭଲ ସ୍କୋର କରିପାରି ନଥିଲେ । ସିଦ୍ଧୁ ପ୍ରଥମ ଗେମ ପରେ ୨ୟ ଗେମକୁ ମଧ୍ୟ ନିଜ ନାଁରେ କରିପାରିଛନ୍ତି । ତେବେ ପିଭି ସିନ୍ଧୁ ପଦକ ସ୍ଥାନରେ ପହଂଚିବା ପାଇଁ ଆଉ ଗୋଟିଏ କ୍ୱାର୍ଟରଫାଇନାଲ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । 

Leave A Reply

Your email address will not be published.