ପୂର୍ବ ଲଦ୍ଦାଖ ସୀମାରେ ଭାରତ ମୁତୟନ କଲା ରାଫେଲ ଲଢୁଆ ବିମାନ

ନୂଆଦିଲ୍ଲୀ, ଜୁଲାଇ ୨୯ : ଚୀନ ସହିତ ସୀମା ବିବାଦ ଜାରି ଥିବା ବେଳେ ଭାରତ ବଡ଼ ପଦକ୍ଷେପ ନେଇଛି । ଭାରତ ପୂର୍ବ ଲଦ୍ଦାଖର ସୀମାରେ ରାଫେଲ ଲଢୁଆ ବିମାନକୁ ମୁତୟନ କରିଛି । ଭାରତୀୟ ବାୟୁସେନା ବୁଧବାର ପୂର୍ବ ବାୟୁ କମାଣ (ଇଏସି) ବଳରେ ହାସୀମାରାର ବାୟୁସେନା ଷ୍ଟେସନରେ ରାଫେଲ ବିମାନକୁ ନିଜର ୧୦୧ ସ୍କ୍ୱାଡ୍ରନରେ ସାମିଲ କରିଛି । ପଶ୍ଚିମବଙ୍ଗରେ ହାସୀମାରା ନିକଟରେ ପ୍ରଥମ ମିଗ ୨୭ ସ୍କ୍ୱାଡ୍ରନ ଥିଲା, ଯାହାକୁ ଏବେ ସେବାମୁକ୍ତ କରିଦିଆଯାଇଛି । ଏହା ଭୂଟାନରୁ ନିକଟତା କାରଣରୁ ଭାରତୀୟ ବାୟୁସେନାର ପରିଚାଳକଙ୍କ ଲାଗି ରଣନୀତିକ ଆଧାର ଅଟେ । ଚୁମ୍ବି ଘାଟୀ, ଯେଉଁଠାରେ ଭାରତ, ଭୂଟାନ ଏବଂ ଚୀନ ମଧ୍ୟରେ ଏକ ତ୍ରିକୋଣୀୟ ସ୍ଥାନ ଡୋକଲାମ ଠାରୁ ନିକଟ । ଏଠାରେ ୨୦୧୭ରେ ଉତ୍ତେଜନା ଦେଖାଯାଇଥିଲା । ତିନି ଦେଶ ପାଇଁ ତ୍ରିକୋଣୀୟ ଜଙ୍କଶନ ଚିନ୍ତାର ବିଷୟ ଅଟେ । ଇାୟୁସେନା ମୁଖ୍ୟ ଆକେଏସ ଭଦୌରିଆ କହିଛନ୍ତି, ପୂର୍ବ କ୍ଷେତ୍ରରେ ଭାରତୀୟ ବାୟୁସେନାର କ୍ଷମତାକୁ ମଜବୁତ କରିବା ଉଦ୍ଦେଶ୍ୟରେ ହାସୀମାରାରେ ରାଫେଲକୁ ସାମିଲ କରିବାର ସାବଧାନୀପୂର୍ବକ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଅଂଚଳରେ ଚୀନ ତରଫରୁ ବିପଦ ସୃଷ୍ଟି କରାଯାଇପାରେ । ଭାରତ ଏବଂ ଚୀନ ଗତ ଦେଢ଼ ବର୍ଷ ହେବ ସୀମା ବିବାଦରେ ନେଇ ମୁହାଁମୁହିଁ ହୋଇଛନ୍ତି । ଉତ୍ତେଜନା ହ୍ରାସ କରିବା ପାଇଁ ଉଭୟ ସେନା ଏବଂ କୁଟନୀତିସ୍ତରରେ ଆଲୋଚନା ଜାରି ରହିଛି ।

Leave A Reply

Your email address will not be published.