ଟୋକିଓ ଅଲିମ୍ପିକ୍ସରେ ଭାରତ: ନିରାଶ କଲେ ମନୁ ଭାସ୍କର, ଅବିନାଶଙ୍କ ନ୍ୟାସନାଲ ରେକର୍ଡ

ଟୋକିଓ, ଜୁଲାଇ ୩୦: ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନରେ ଶୁକ୍ରବାର ଭାରତୀୟ ସୁଟର ମନୁ ଭାସ୍କର ଓ ରାହି ସୋର୍ଣ୍ଣୋବାତ ନିରାଶ କରିଛନ୍ତି । ସେ ୨୫ ମିଟର ପିସ୍ତଲ ଶୁଟିଂରେ ସଫଳତା ପାଇପାରିି ନାହାନ୍ତି । ଅନ୍ୟପଟରେ ଭାରତର ଅବିନାଶ ସାବଲେ ଟୋକିଓ ଅଲିମ୍ପିକ୍ସର ୩୦୦୦ ମିଟର ପ୍ରତିଯୋଗିତାରେ ନିଜର ରାଷ୍ଟ୍ରୀୟ ରେକର୍ଡ କରିଛନ୍ତି । ନିଜର ହିଟରେ ସେ ୭ମ ସ୍ଥାନ ଦଖଲ କରିଛନ୍ତି । ସାବଲେ ୨ୟ ହିଟରେ ୮:୧୮.୧୨ ସମୟ ବାହାର କରିଛନ୍ତି । ମାର୍ଚ୍ଚରେ ଫେଡରେଶନ କପରେ କରିଥିବା ୮: ୨୦.୨୦ ନିଜର ରେକର୍ଡକୁ ଅତିକ୍ରମ କରିଛନ୍ତି । ପ୍ରତ୍ୟେକ ହିଟରୁ ୩ ଜଣ ଏବଂ ମୋଟ ହିଟରୁ ଫାଇନାଲକୁ ୬ ଜଣ ପହଂଚିଥାନ୍ତି । ତେଣୁ ସାବଲେଙ୍କୁ ଫାଇନାଲ ପହଂଚିବା ସହଜ ହୋଇ ନାହିଁ । ତୀରନ୍ଦାଜୀ ନେଇ ଭାରତୀୟମାନଙ୍କ ପାଇଁ ଭଲ ଖବର ଆସିଛି । ବିଶ୍ୱର ୧ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ ଋଷିଆ ଅଲିମ୍ପିକ୍ସ କମିଟିର ସେନିୟା ପେରୋଭାଙ୍କୁ ଶୁଟଅଫରେ ପରାସ୍ତକରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି । ଦୀପିକା ୬-୫ରେ ଏହି ମୁକାବିଲା ଜିତିଛନ୍ତି । ଶୁଟଅଫରେ ସେନିୟା ୭ରେ ଲକ୍ଷ୍ୟ କରିପାରିଥିଲେ । ଦୀପିକାଙ୍କ ତୀର ୧୦ରେ ଲାଗିଥିଲା । ଦୀପିକା ପ୍ରଥମ ଏବଂ ତୃତୀୟ ସେଟ ଜିତିଥିବା ବେଳେ ସେନିୟା ୨ୟ ଓ ୫ମ ସେଟ ଜିତିଛନ୍ତି । ୪ର୍ଥ ସେଟ ସମାନ ଥିଲା ।

Leave A Reply

Your email address will not be published.