ସୀମା ବିବାଦ ପରେ ଆସାମ ସରକାରଙ୍କ ପରାମର୍ଶ ଜାରି

ଗୁଆହାଟୀ, ଜୁଲାଇ ୩୦ : ଆସାମ-ମିଜୋରାମ ସୀମାରେ ନିକଟରେ ହୋଇଥିବା ହିଂସା ପରେ ଆସାମ ସରକାରଙ୍କ ତରଫରୁ ନିଜର ନାଗରିକଙ୍କ ପାଇଁ ପରାମର୍ଶ ଜାରି ହୋଇଛି । ଏଥିରେ ଆସାମ ସରକାର ସ୍ଥାନୀୟ ଲୋକଙ୍କ ନିକଟରେ ଅପିଲ କରିଛନ୍ତି ଯେ, ମିଜୋରାମ ଯାତ୍ରା କରିବା ଠାରୁ ଦୂରରେ ରୁହନ୍ତୁ । ମିଜୋରାମରେ ରହୁଥିବା ଆସାମର ଲୋକେ ସତର୍କ ଅବଲମ୍ବନ କରନ୍ତୁ । ବର୍ତ୍ତମାନ ଉଭୟ ରାଜ୍ୟ ମଧ୍ୟରେ ସୀମାରେ ଲୈଲାପୁର ରେ କେନ୍ଦ୍ରୀୟ ପୋଲିସ ବଳ ମୁତୟନ ଅଛନ୍ତି ଏବଂ ରାଜ୍ୟ ପୋଲିସ କର୍ମଚାରୀ ନିଜ ନିଜ ସୀମାଂଚଳରେ ୧୦୦ ମିଟର ପଛକୁ ମୁତୟନ ରହିଛନ୍ତି ।  ଆସାମ ସରକାର ନିଜର ଲୋକଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି ଯେ, ଗତ ୨୬ ତାରିଖରେ ହୋଇଥିବା ଘଟଣା ପରେ ଛାତ୍ର ଏବଂ ଯୁବ ସଂଗଠନ ଆସାମର ଲୋକଙ୍କ ବିରୋଧରେ ଉତ୍ତେଜିତ ବୟାନ ଦେଉଛନ୍‌ତି । କୁହାଯାଉଛି ଯେ, ଏଭଳି ଲୋକଙ୍କ ପାଖରେ ସ୍ୱୟଂଚାଳିତ ଅସ୍ତ୍ର ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି । ଆସାମ ପୋଲିସ ଏହି ପ୍ରମାଣ ପାଇସାରିଛି । ଆସାମ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି ଯେ, ଲୋକେ ମିଜୋରାମ ଯିବାରୁ ବର୍ତ୍ତି ରୁହନ୍ତୁ । ମିଜୋରାମରୁ ଆସୁଥିବା ଗାଡ଼ି ଗୁଡ଼ିକ କଡ଼ା ଯାଂଚ ହେଉଛି । 

Leave A Reply

Your email address will not be published.