ଭାରତର ପରାଜୟ ପରେ ବି ଶିଖର ଧାୱନଙ୍କ ଉପରେ ପ୍ରଶଂସକ ଖୁସି

ନୂୂଆଦିଲ୍ଲୀ, ଜୁଲାଇ ୩୦ : ଶ୍ରୀଲଙ୍କାର ଟିମ୍ ଭାରତୀୟ ଟିମ୍‌କୁ ୩ ମ୍ୟାଚର ଶୃଙ୍ଖଳାର ଶେଷ ମ୍ୟାଚରେ ୭ ୱିକେଟରେ ପରାସ୍ତ କରିଛି । ଏଥି ସହିତ ଶ୍ରୀଲଙ୍କା ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିନେଇଛି । ଦିନିକିଆ ଶୃଙ୍ଖଳାରେ ହାରିବା ପରେ ଶ୍ରୀଲଙ୍କାର ଟିମ ଭଲ ପ୍ରଦର୍ଶନ କରିଛି । ଏହି ପୂରା ଗସ୍ତରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଭଲ ବନ୍ଧୁତା ଦେଖିବାକୁ ମିଳିଛି । ଅନ୍ତିମ ମୁକାବିଲାରେ ମଧ୍ୟ ଏହା ଅନୁଭବ ହୋଇଛି । ଅନ୍ତିମ ମ୍ୟାଚ ଶେଷ ହେବା ପରେ ଟିମ ଇଣ୍ଡିଆର ଅଧିନାୟକ ଶିଖର ଧାୱନ ଶ୍ରୀଲଙ୍କାର ଖେଳାଳିଙ୍କ ସହିତ କଥାବାର୍ତ୍ତା କରିଥିଲେ । ସୂଚନାଯୋଗ୍ୟ ଧାୱନ ଉଭୟ ଟିମ୍ ମଧ୍ୟରେ ବରିଷ୍ଠ ଖେଳାଳି ଏବଂ ତାଙ୍କର ଅନ୍ତର୍ଜାତୀୟ କ୍ରୀକେଟରେ ସର୍ବାଧିକ ଅଭିଜ୍ଞତା ରହିଛି । ତେଣୁ ଧାୱନ ମ୍ୟାଚ ପରେ ଶ୍ରୀଲଙ୍କାର ଯୁବ ଖେଳାଳିଙ୍କୁ କିଛି ପରାମର୍ଶ ଦେଇଥିଲେ । ଶ୍ରୀଲଙ୍କାର ଖେଳାଳିମାନେ ପଡ଼ିଆ ଭିତରେ ଧାୱନଙ୍କୁ ଘେରି ଛିଡ଼ା ହୋଇଥିଲେ । ଟି-୨୦ ଶୃଙ୍ଖଳାରେ ହାରିବା ପରେ ମଧ୍ୟ ଟିମ୍ ଇଣ୍ଡିଆର ଅଧିନାୟକ ଶିଖର ଧାୱନଙ୍କୁ ଲୋକେ ଟ୍ରୋଲ କରିନାହାନ୍ତି । ଲୋକେ ଧାୱନଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରୁଛନ୍ତି । ମ୍ୟାଚ ଶେଷ ହେବା ପରେ ଧାୱନ ଶ୍ରୀଲଙ୍କାର ଖେଳାଳିଙ୍କ ସହିତ ଯେଭଳି ଭାବରେ କଥାବାର୍ତ୍ତା କରିଥିଲେ, ତାହା ଲୋକଙ୍କୁ ପସନ୍ଦ ଆସିଛି । 

Leave A Reply

Your email address will not be published.