ହିମାଚଳରେ ପ୍ରବଳ ବର୍ଷା-ଭୂସ୍ଖଳନ: ଲାହୌଲ ଓ ସ୍ପିତିରେ ଫସିଲେ ୧୪୪ ପର୍ଯ୍ୟଟକ

ନୂୂଆଦିଲ୍ଲୀ, ଜୁଲାଇ ୩୦ : ହିମାଚଳ ପ୍ରଦେଶର ଲାହେଲ ଏବଂ ସ୍ପିତିରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହୋଇଛି । ବର୍ଷା ଓ ଭୂସ୍ଖଳନ ଯୋଗୁଁ ୧୪୪ ଜଣ ପର୍ଯ୍ୟଟକ ଫସିଯାଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ପଟ୍ଟନ ଘାଟୀରେ ୨୦୪ ଜଣ ପର୍ଯ୍ୟଟକ ଫସିଥିଲେ । ସେଥିରୁ ୬୦ ଜଣଙ୍କୁ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ କୌଶଳକ୍ରମେ ଉଦ୍ଧାର କରିଛନ୍ତି । ପାଗ ଖରାପ ଥିଲେ ମଧ୍ୟ ବାୟୁସେନା ଗୁରୁବାର ଜମ୍ମୁ କଶ୍ମୀରର ବର୍ଷା ଓ ଭୂସ୍ଖଳନ ଘଟଣାରେ ପ୍ରଭାବିତ କିଶତୱାଡ଼ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲା । ବାୟୁସେନାର ଯବାନମାନେ ନିଖୋଜ ୨୦ ଜଣଙ୍କ ଠିକଣା ଖୋଜିବାରେ ବ୍ୟସ୍ତ ଥିଲେ । ଭାରତୀୟ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦେଶର ଏକାଧିକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ।  ଭାରତୀୟ ପାଣିପାଗ ପକ୍ଷରୁ କୁହାଯାଇଛି ଯେ, ମଧ୍ୟପ୍ରଦେଶର ୧୫ଟି ଜିଲ୍ଲାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ । ପୂର୍ବ, ପଶ୍ଚିମ ଓ ମଧ୍ୟ ଭାରତରେ ଆଗାମୀ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।   

Leave A Reply

Your email address will not be published.