ଭାରତରେ କୋଭିଡ-୧୯: ୨୪ ଘଣ୍ଟାରେ ୪୨୦ ମୃତ

ନୂଆଦିଲ୍ଲୀ, ଅଗଷ୍ଟ ୦୩ : କିଛି ଦିନର ବ୍ୟବଧାନ ପରେ ଭାରତରେ ପୁଣି ଥରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଆଜି ସଂକ୍ରମିତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ହୋଇଛି । ଦେଶରେ ବିଗତ ୨୪ ଘଣ୍ଟା  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାର ୩୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କିନ୍ତୁ ମୃତ୍ୟୁ ସଂଖ୍ୟା ରହିଛି ୪୨୦ ଜଣ । ବିଗତ ୨୪ ଘଣ୍ଟା ପୂର୍ବରୁ ୪୦ ହଜାର ୭୮୪ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୨୪ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା । କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୧ ହଜାର ୪୬୯କୁ ବୃଦ୍ଧି ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୭ ଲକ୍ଷ ୨୫ ହଜାର ୩୯୯ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୫ ହଜାର ୨୨୮କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ ।

Leave A Reply

Your email address will not be published.