ଗଲୱାନ୍ ଉପରେ ଭିଡିଓ ଜାରି କରି ନିଜର ବାହଦୂରୀ ଦେଖାଉଛି ଚୀନ

ବେଜିଂ, ଅଗଷ୍ଟ ୦୪ : ଗତବର୍ଷ ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଉଭୟ ଦେଶର ସୈନିକଙ୍କ ମୃତ୍ୟୁ ହୋଇଥିଲା । ଚୀନ ଏବେ ଏହି ଘଟଣାର ଭିଡିଓ ଜାରି କରି ନିଜର ବାହାଦୂରୀ ଦେଖାଇବାକୁ ଉଦ୍ୟମ କରୁଛି । ୪୫ ସେକେଣ୍ଡର ଏକ ଭିଡିଓ ଜାରି କରିଛି, ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ପିଏଲଏର ସୈନିକମାନେ ଭାରତୀୟ ଯବାନଙ୍କ ଉପରକୁ ପଥର ଫିଙ୍ଗୁଛନ୍ତି । ଭାରତୀୟ ଯବାନମାନେ ମଧ୍ୟ ଚୀନ ସୈନିକମାନଙ୍କୁ କଡ଼ା ଜବାବ ଦେଉଛନ୍ତି ।  ଭିଡିଓ ଜାରି କରି ଚୀନ ଯଦିଓ ନିଜର ବାହାଦୂରୀ ପ୍ରଦର୍ଶନ କରୁଛି, କିନ୍ତୁ ଏହି କାମକୁ ବିଦେଶୀ ରାଷ୍ଟ୍ରଗୁଡ଼ିକ ପସନ୍ଦ କରୁନାହାନ୍ତି । ଚୀନ ଭାବିଛି ଯେ, ଭିଡିଓ ଜାରି କରିବାରେ ଏହି ମିଛ ଆଗକୁ ବଢ଼ିବ ଏବଂ ନିଜର ସୈନିକଙ୍କ ବାହାଦୂରୀ ଦେଖାଇପାରିବ । ଏହି ଭିଡିଓ ମାଧ୍ୟମରେ ଚୀନ ବିଶ୍ୱକୁ ଜଣାଇବାକୁ ଚାହୁଁଛି ଯେ, ପିଏଲଏ ସୈନିକ ବହୁତ ବଳବା । କିନ୍ତୁ ମିଛ କଥାରେ ଯେତେ ରଂଗ ବୋଳିଲେ ବି ଏହା ସତ୍ୟରେ ରୂପାନ୍ତରିତ ହେବ ନାହିଁ ।  ସୂଚନାଯୋଗ୍ୟ, ୨୦୨୦ ଜୁନ ପ୍ରଥମ ସପ୍ତାହରେ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା । ଏଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଭାରତ ତୁଳନାରେ ଚୀନ ନିଜର ଅଧିକ ସୈନିକଙ୍କୁ ହରାଇଥିଲା । କିନ୍ତୁ ଚୀନର କେତେ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା ଡ୍ରାଗନ ଏହି ତଥ୍ୟ ଲୋକଲୋଚନକୁ ଆଣି ନଥିଲା । 

Leave A Reply

Your email address will not be published.