ବିଶ୍ୱବ୍ୟାପୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ କୋଟି ଟପିଲା

ନୂଆଦିଲ୍ଲୀ, ଅଗଷ୍ଟ ୦୪ : ବିଶ୍ୱବ୍ୟାପୀ କରୋନା ଭାଇରସ ସଂକ୍ରମଣ ପୁଣି ଏକ ରେକର୍ଡ ସ୍ଥାପନ ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬ ଲକ୍ଷ ୧ ହଜାର ୧୫୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ହଜାର ୬୯୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏଥି ସହିତ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ କୋଟି ଏବଂ ମୃତକଙ୍କ ସଂଖ୍ୟା ୪୨ ଲକ୍ଷ ୫୮ ହଜାର ଅତିକ୍ରମ କରିଛି । ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୨ ଲକ୍ଷ ୧୭ ହଜାର ୩୬୪ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୫୮ ହଜାର ୨୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୮ କୋଟି ୪ ଲକ୍ଷ ୯୫ ହଜାର ୭୦୪ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୫୪ ଲକ୍ଷ ୬୩ ହଜାର ୪୪୭ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୯୨ହଜାର ୨୭୬ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬୦ ଲକ୍ଷ ୩୭ ହଜାର ୫୪କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୩୦ ହଜାର ୪୫୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୭ ଲକ୍ଷ ୫୩ ହଜାର ୩୨୧ ଲୋକ ସୁସ୍ଥ ହୋଇଥିବା ବେଳେ ୫୬ ଲକ୍ଷ ୫୩ ହଜାର ୨୭୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୨ ହଜାର୨୬୪ ଜଣ ଗୁରୁତର ଅଛନ୍ତି ।

Leave A Reply

Your email address will not be published.