ଅଲମ୍ପିକ୍ ପୁରୁଷ ହକିରେ ଭାରତକୁ ଐତିହାସିକ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ଅଗଷ୍ଟ ୫ : ଦୀର୍ଘ ୪ ଦଶନ୍ଧି ପରେ ଭାରତ ପୁରୁଷ ହକି ଟିମ୍ ର ଦମଦାର ପଦର୍ଶନ । ଟୋକିଓ ଅଲମ୍ପିକ୍ସରେ ଜର୍ମାନ୍ କୁ ହରାଇ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍ । ୪୧ ବର୍ଷ ପରେ ଭାରତ ପୁରୁଷ ହକିରେ ପଦକ ଜିତିଥିବାରୁ ଏହାକୁ ଏକ ଐତିହାସିକ ଦିନ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ଟ୍ୱିଟ୍ କରି ପୁରୁଷ ହକି ଦଳଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ବାସୀଙ୍କ ସ୍ୱପ୍ନକୁ ସାକାର କରିଛି ଭାରତୀୟ ପୁରୁଷ ହକି ଟିମ୍‌, ଯାହାଙ୍‌କ ପାଇଁ ଆଜି ପୁରା ଦେଶ ଗର୍ବିତ ବୋଲି ଟ୍ୱିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ । ସେମିଫାଇନାଲରେ ଜର୍ମାନ୍ କୁ ୫ ଟି ଗୋଲ ଦେଇ ଐତିହାସିକ ବ୍ରୋଞ୍ଜ ପଦକ ହାତେଇଛି ଭାରତ । ୧୯୮୦ରେ ଶେଷ ଥର ପାଇଁ ଭାରତ ହକିରେ ପଦକ ଜିତିଥିବା ବେଳେ ବର୍ତ୍ତମାନ ଦୀର୍ଘ ୪୧ ବର୍ଷ ପରେ ଭାରତକୁ ପୁଣି ଐତିହାସିକ ବିଜୟ ହାସଲ ହୋଇଛି ।

Leave A Reply

Your email address will not be published.