ବେଙ୍ଗାଲୁରୁରେ ଲକ୍‌ଡାଉନ୍‌

ବେଙ୍ଗାଲୁରୁ, ଅଗଷ୍ଟ ୦୫ : ଭାରତରେ କରୋନା ଭାଇରସ ସଂକ୍ରମଣର ୨ୟ ଲହର ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିପାରି ନାହିଁ । ବିଶେଷ ଭାବରେ ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ଦକ୍ଷିଣ ଭାରତୀୟ ସହରରେ ସ୍ଥିତି ଅଧିକ ଖରାପ ରହିଛି । କେରଳ, କର୍ଣ୍ଣାଟକ, ତାମିଲନାଡୁ ଆଦି ରାଜ୍ୟରେ ଦୈନିକ ସଂକ୍ରମଣ ନିୟନ୍ତ୍ରିତ ହୋଇପାରି ନାହିଁ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଲକଡାଉନ ରହିବ । ଏହି ସମୟ ମଧ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଏବଂ ୧୪୪ ଧାରାକୁ ଅଧକ କଡ଼ାକଡ଼ି କରାଯିବ । ରାତ୍ରୀକାଳୀନ କର୍ଫ୍ୟୁ ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ ।  ଏନେଇ ବେଙ୍ଗାଲୁରୁ ପୋଲିସ ମାର୍ଗଦର୍ଶିକା ଜାରି କରିଛି । ବର୍ତ୍ତମାନ ବେଙ୍ଗାଲୁରୁ ମହାନଗର ଭିତରେ ୧୪୧ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ରହିଛି । କାରଣ ବିଗତ ସପ୍ତାହ ଠାରୁ କରୋନା ପଜିଟିଭ ହାର ବଢ଼ିଛି । ବିବିଏମପି ଘୋଷଣା କରିଛି ଯେ, ଆପାର୍ଟମେଣ୍ଟ ଗୁଡ଼ିକରେ କରୋନା ପଜିଟିଭ ଚିହ୍ନଟ ହେଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯିବ । 

Leave A Reply

Your email address will not be published.