ତାଲିବାନକୁ ସଂପୂର୍ଣ୍ଣ ସମର୍ଥନ ଦେଉଛି ପାକିସ୍ତାନ

ଇସଲାମାବାଦ, ଅଗଷ୍ଟ ୧୪ : ଆଫଗାନିସ୍ତାନରେ ତାଲିବାନର ସମର୍ଥନ କରୁଥିବା ପାକିସ୍ତାନର ପୋଲ ନିଜର ସିନେଟର ହିଁ ଖୋଲିଛନ୍ତି । ପୂର୍ବତନ ସିନେଟର ଏବଂ ଆବାମୀ ନ୍ୟାସନାଲ ପାର୍ଟି (ଏଏନ୍‌ପି)ର ସଦସ୍ୟ ଅଫରସିୟବ ଖଟ୍ଟକ ଏକ ସାକ୍ଷାତକାରରେ ଗଣମାଧ୍ୟମକୁ କହିଛନ୍ତି ଯେ, ତାଲିବାନର କବଜାରେ ପାକିସ୍ତାନ ଖୁସି । ତାଲିବାନକୁ ପାକିସ୍ତାନ ପୂର୍ଣ୍ଣ ସମର୍ଥନ ଜଣାଉଛି । କେବଳ ଏତିକି ନୁହେଁ, ତାଲିବାନୀ ଆତଙ୍କବାଦୀମାନେ ଯେଉଁମାନେ ଅସ୍ତ୍ର ବ୍ୟବହାର କରୁଛନ୍ତି, ଏହା ପାକିସ୍ତାନରୁ ଉପଲବ୍ଧ କରାଯାଉଛି । ଆଫଗାନିସ୍ତାନର ଅଧିକାଂଶ ଅଂଚଳକୁ ତାଲିବାନ ନିଜର ନିୟନ୍ତ୍ରଣକୁ ନେଇଯାଇଛି । ଖୁବ ଶୀଘ୍ର ରାଜଧାନୀ କାବୁଲ ଆଡ଼କୁ ଅଗ୍ରସର ହେଉଛି । ଆଫଗାନିସ୍ତାନ ସରକାର ବାରମ୍ବାର ଦାବି କରି ଆସୁଛି ଯେ, ତାଲିବାନର ହାତକୁ ପାକିସ୍ତାନ ମଜବୁତ କରୁଛି । କିନ୍ତୁ ଇମ୍ରାନ ଖାନ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସୂଚନାଯୋଗ୍ୟ, ଆଫଗାନିସ୍ତାନରେ ତାଲିବାନର ପ୍ରାଦୂର୍ଭାବ ବଢ଼ିବାରେ ଲାଗିଛି । ଏବେ ତାଲିବାନ ଦାବି କରିଛି ଯେ, ଆଫଗାନିସ୍ତାନର ୨ୟ ସର୍ବବୃହତ୍ତ ସହର କାନ୍ଦାହାର ଉପରେ ନିଜର ଆଧିପତ୍ୟ ବିସ୍ତାର କରିଛି । ଯଦିଏ ଏହା ହୋଇଥାଏ, ତା’ହେଲେ ଆଫଗାନିସ୍ତାନର ସରକାରଙ୍କ ହାତରେ କେବଳ ରାଜଧାନୀ କାବୁଲ ଏବଂ କିଛି ଅନ୍ୟ ଛୋଟ-ମୋଟ ଅଂଚଳ ରହିବ । ଜଣେ ସ୍ଥାନୀୟ ଲୋକଙ୍କ ଦାବି ଆଧାରରେ ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି ଯେ, ତାଲିବାନର ଜଣେ ପ୍ରବକ୍ତା କୌଣସି ଏକ ସରକାରୀ ଆକାଉଣ୍ଟରେ ଟୁଇଟ କରିଛନ୍ତି ଯେ, କାନ୍ଦାହାରକୁ ସଂପୂର୍ଣ୍ଣ ଭାବେ ବିଜୟ କରାଯାଇଛି । ମୁଜାହିଦୀନ ସହରରେ ସହିତ ଛକରେ ପହଂଚିଛି । ତାଲିବାନ ଏକ ସପ୍ତାହରେ ଆଫଗାନିସ୍ତାନର ୩୪ଟି ଆଂଚଳିକ ରାଜଧାନୀ ମଧ୍ୟରୁ ୧୧ଟି ନିଜର ନିୟନ୍ତ୍ରିଣ ପ୍ରତିଷ୍ଠା କରିନେଇଛି ।  

Leave A Reply

Your email address will not be published.