ଆଫଗାନ ସେନା ନ ଲଢ଼ିଲେ ଆମେରିକାର ପୁଅ-ଝିଅଙ୍କୁ କେତେ ଦିନ ପର୍ଯ୍ୟନ୍ତ ଗୃହଯୁଦ୍ଧ ପାଇଁ ପଠାଇବୁ: ବାଇଡେନ୍‌

ୱାଶିଂଟନ, ଅଗଷ୍ଟ ୧୮ : ଆଫଗାନିସ୍ତାନରେ ଉପୁଜିଥିବା ଉତ୍ତେଜନା କେବେ ଶେଷ ହେବ, ଏକଥା କେହି ଜାଣି ନାହାନ୍ତି ।  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସାଧାରଣ ଜନତାଙ୍କୁ ପଚାରିଛନ୍ତି ଯେ, ଯଦି ଆଫଗାନ ସୈନିକ ନଲଢ଼ିବେ, ଆମେ କେତେ ସଂଖ୍ୟାରେ ଆମେରିକୀୟ ପୁଅ-ଝିଅଙ୍କୁ ପଠାଇବୁ । ସେ କହିଛନ୍ତି ଯେ, ମୋର ଉତ୍ତର ସ୍ପଷ୍ଟ । ପୂର୍ବରୁ କରାଯାଇଥିବା ଭୁଲର ପୁନରାବୃତ୍ତି କରିବାକୁ ମୁଁ ଚାହୁଁନାହିଁ । ୨୦ ବର୍ଷ ପର୍ଯ୍ୟନ୍ତ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିଥିବା ତାଲିବାନ ୧୯୯୦ର ନୃଶଂସ ଶାସନ କରିବାକୁ ପୁଣି ଥରେ ବାହାରିଛି । ତାଲିବାନ ମଙ୍ଗଳବାର ଘୋଷଣା କରିଛି ଯେ, ମହିଳାଙ୍କୁ ନିଜର ସରକାରରେ ସାମିଲ କରିବ । କାବୁଲରେ କନ୍ୟାର ପୋଷାକର ବିଜ୍ଞାପନରେ ମୁକୁଳା କେଶଥିବା ମହିଳାଙ୍କୁ ଧରାରଂଗରେ ଢାଙ୍କି ଦିଆଯାଇଛି । ବ୍ୟାଙ୍କ, ସରକାରୀ କାର୍ଯ୍ୟାଳୟ, ବଜାର ଏବଂ ସ୍କୁଲ ବନ୍ଦ କରିଦିଆଯାଇଛି । କିନ୍ତୁ ଆଫଗାନିସ୍ତାନର ଏକ ରାଜ୍ୟକୁ ତାଲିବାନ ନିଜର ନିୟନ୍ତ୍ରଣକୁ ଆଣିପାରି ନାହିଁ । ଆଫଗାନିସ୍ତାନର ଉତ୍ତର-ପୂର୍ବରେ ଥିବା ପଂଜଶୀର ଏବେବି ତାଲିବାନ ଠାରୁ ମୁକ୍ତ ରହିଛି । ଦିନକ ପୂର୍ବର ତାଲିବାନର ନିୟନ୍ତ୍ରଣ ଏବଂ ଆଫଗାନିସ୍ତାନରେ ବିଗିଡ଼ିଥିବା ଅବସ୍ଥାକୁ ନେଇ ବାଇଡେନ ଅଶରଫ ଗନି ଉପରେ ବର୍ଷିଥିଲେ । ଆଫାଗାନିସ୍ତାନକୁ କଠିନ ସମୟରେ ଛାଡ଼ି ଦେଇ ଗନି ଦେଶ ଛାଡ଼ି ପଳାୟନ କରିଛନ୍ତି । ତାଙ୍କୁ ପ୍ରଶ୍ନ ପଚରାଯିବା ଦରକାର ଯେ, ବିନା ଲଢ଼େଇ କରି ଆଫଗାନିସ୍ତାନ ଛାଡ଼ି କାହିଁକି ପଳାୟନ କରିଛନ୍ତି । ବାଇଡେନ ନିଜର ସମ୍ବୋଧନରେ କହିଥିଲେ, ଆଫଗାନିସ୍ତାନରେ ପରିସ୍ଥିତି ଆକସ୍ମିକ ଭାବେ ବଦଳିବା ଏବଂ ସେଠାରେ ସ୍ଥିତି ଗମ୍ଭୀର ହୋଇଛି । ଆମେରିକା ସେନାକୁ ଫେରାଇ ଆଣିବା ନିଷ୍ପତ୍ତିକୁ ସଠିକ କହିଛନ୍ତି । ସେ କହିଛନ୍ତି ଯେ, ଆମର ସେନା ଲଗାତାର ଲଢ଼ିବ ନାହିଁ । ମୁଁ ଏହି ପ୍ରସଙ୍ଗକୁ ନେଇ ସ୍ପଷ୍ଟ ଯେ, ଆମର ବିଦେଶୀ ନୀତି ମାନବାଧିକାର ଉପରେ କେନ୍ଦ୍ରୀତ । 

Leave A Reply

Your email address will not be published.