ଭାରତ ସହ ଆମଦାନୀ-ରପ୍ତାନୀ ବନ୍ଦ କଲା ତାଲିବାନ

ନୂଆଦିଲ୍ଲୀ, ଅଗଷ୍ଟ ୧୯ : ଆଫଗାନିସ୍ତାନ ଉପରେ ତାଲିବାନ ଜବରଦଖଲ କରିବା ପରେ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ବଦଳାଉଛି । ତାଲିବାନ ଏବେ ପଡୋଶୀ ତଥା ଅନ୍ୟ ଦେଶ ସହିତ ସଂପର୍କ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି । ଅତୀତରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମଧୁର ସଂପର୍କ ଥିଲା । ତେଣୁ ତାଲିବାନ ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ । ଆଫଗାନିସ୍ତାନକୁ ଜବରଦଖଲ କରିବା ପରେ ତାଲିବାନ ଏବେ ଭାରତ ସହ ଆମଦାନୀ ଓ ରପ୍ତାନୀ କାରବାର ବନ୍ଦ କରିଦେଇଛି । ଫେଡେରେଶନ ଅଫ ଇଣ୍ଡିଆ ଏକ୍ସପୋର୍ଟ ଅର୍ଗାନାଇଜେଶନର ଡ. ଅଜୟ ସହାୟ ଏହା କହିଛନ୍ତି ।  ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଶ୍ରୀ ସହାୟ କହଛନ୍ତି ଯେ, ତାଲିବାନ ଏହି ସମୟରେ ସମସ୍ତ କାର୍ଗୋ ଚଳାଚଳକୁ ଅଟକାଇ ଦେଇଛି । ଆମର ସାମଗ୍ରୀ ସବୁବେଳେ ପାକିସ୍ତାନ ରାସ୍ତା ଦେଇ ଯାଉଥିଲା । ଆଫଗାନିସ୍ତାର ସ୍ଥିତି ଉପରେ ଆମର ନଜର ରହିଛି, ଫଳରେ ସାମଗ୍ରୀ ଯୋଗାଣ ଆରମ୍ଭ ହୋଇପାରିବ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ତାଲିମାନ ଆମ ଦେଶ ସହିତ ଆମଦାନୀ-ରପ୍ତାନୀ କାରବାରକୁ ଅଟକାଇ ଦେଇଛି । 

Leave A Reply

Your email address will not be published.