ଆମେରିକାରେ ଦିନକରେ ୧ ଲକ୍ଷ ୩୮ ହଜାର ପଜିଟିଭ୍‌

ୱାଶିଂଟନ, ଅଗଷ୍ଟ ୨୫ : ଆମେରିକାରେ ଗତ ୨୪ ଘଣ୍ଟା ପୂର୍ବରୁ ୮୧ ହଜାର ୮୮୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଗତକାଲି ୧ ଲକ୍ଷ ୩୮ ହଜାରରୁ ଅଧିକ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୭ ହଜାର ୨୮୨ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ସାଢ଼େ ୪୯ ହଜାର ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧ ଲକ୍ଷ ୩୮ ହଜାର ୨୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୯ ହଜାର ୫୨୬ ଜଣ ସୁସ୍ଥ ହୋଇଛନ୍ତି । କିନ୍ତୁ ୧ ହଜାର ୨୫ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୮୯ ଲକ୍ଷ ୫୭ ହଜାର ୮୪୬କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୪୮ ହଜାର ୬୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩ କୋଟି ୬ ଲକ୍ଷ ୧୯ ହଜାର ୯ ଲୋକ ସୁସ୍ଥ ହୋଇଥିବା ବେଳେ ୭୬ ଲକ୍ଷ ୯୦ ହଜାର ୨୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୩ ହଜାର ୯୩୭ ଜଣ ଗୁରୁତର ଅଛନ୍ତି । ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୧ କୋଟି ୩୯ ଲକ୍ଷ ୩୧ ହଜାର ୬୭ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୪ ଲକ୍ଷ ୬୩ ହଜାର ୫୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୯ କୋଟି ୧୪ ଲକ୍ଷ ୩୨ ହଜାର ୬୯୨ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୦ ଲକ୍ଷ ୩୪ ହଜାର ୮୬୨ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ଏକ ଲକ୍ଷ ୧୨ ହଜାର ୪୦୩ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

Leave A Reply

Your email address will not be published.