ହରିୟାଣା ସରକାରଙ୍କ ବଡ଼ ନିଷ୍ପତ୍ତି: ୪ର୍ଥ-୫ମ ଶ୍ରେଣୀର ପିଲା ସେପ୍ଟେମ୍ବର୧ରୁ ଯିବେ ସ୍କୁଲ

ଚଣ୍ଡୀଗଡ଼, ଅଗଷ୍ଟ ୨୬ : ହରିୟାଣାରେ ଆସନ୍ତା ସେପ୍ଟେମ୍ବର ୧ ତାରିଖ ଠାରୁ ୪ର୍ଥ ଏବଂ ୫ମ ଶ୍ରେଣୀ ପିଲାଙ୍କ ପାଇଁ ବିଦ୍ୟାଳୟ ଖୋଲିବ । ରାଜ୍ୟ ସରକାର ସ୍କୁଲ ଗୁଡ଼ିକୁ ଖୋଲିବା ପାଇଁ ପୁଣି ଥରେ ଅନୁମତି ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ହରିୟାଣାରେ ୬୬୪ ଜଣ କରୋନା ପଜିଟିଭଙ୍କ ଚିକିତ୍ସା ଜାରି ରହିଛି ।  ହରିୟାଣା ସରକାର ଗତ ଜୁଲାଇ ୧୨ ତାରିଖ ଠାରୁ ନବମ ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଅନୁମତି ଦେଇସାରିଛନ୍ତି । ରାଜ୍ୟ ଶିକ୍ଷାମନ୍ତ୍ରୀ କମଲ ପାଳ କହିଛନ୍ତି ଯେ, ୪ର୍ଥ ଓ ୫ମ ଶ୍ରେଣୀ କ୍ଲାସ ଗୁଡ଼ିକ କୋଭିଡ ମାର୍ଗଦର୍ଶିକା ଅନୁସାରେ ଖୋଲିବ । ଏହା ବ୍ୟତୀତ ଅଭିଭାବକଙ୍କ ସହମତି ପରେ ଷ୍ଟୁଡେଣ୍ଟଙ୍କୁ ସ୍କୁଲ ଆସିବାକୁ ଅନୁମତି ମିଳିପାରିବ ।  ହରିଆଣା ସରକାର ଗତ ଜୁଲାଇ ୨୩ ତାରିଖରେ ୬ଷ୍ଠରୁ ୮ମ ଶ୍ରେଣୀ ପିଲାଙ୍କ ଅଫଲାଇନ୍ ପାଠପଢ଼ା ଆରମ୍ଭ କରିଥିଲେ । ଏହି ସମୟରେ ସରକାର କହିଥିଲେ ଯେ, ବିଦ୍ୟାଳୟରେ କୋଭିଡଗାଇଡଲାଇନକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଛାତ୍ରଛାତ୍ରୀ, ଶକ୍ଷକ ଓ ଅଣଶିକ୍ଷକଙ୍କୁ ହାତରେ ଗ୍ଲୋଭ୍‌ସ, ମୁହଁରେ ମାସ୍କ ପିନ୍ଧିବାକୁ ପଡ଼ିବ । ସେହିପରି ପାଖରେ ହ୍ୟାଣ୍ଡ ସାନିଟାଇଜର ରଖିବା ସହିତ ସାମାଜିକ ଦୂରତାକୁ ପାଳନ କରିବାକୁ ପଡ଼ିବ ବୋଲି କହିଥିଲେ ।   

Leave A Reply

Your email address will not be published.