ଗ୍ଲୋବାଲ କୋଭିଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ଲୋବାଲ କୋଭିଡ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ବିଶ୍ବବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ଯେ, କରୋନା ଭାଇରସ ମହାମାରୀ ସମୟରେ ଭାରତ ୧୫୦ରୁ ଉର୍ଦ୍ଧ୍ବ ଦେଶକୁ ସହଯୋଗ କରିଛି। କୋଭିଡ-୧୯ର ଦ୍ବିତୀୟ ଲହର ସମୟରେ ଭାରତ ବିଶ୍ବକୁ ଏକ ପରିବାର ସହିତ ଦେଖିଛି ଏବଂ ଛିଡ଼ା ହୋଇଛି। ଭାରତ ପାଇଁ ଏକତା‌ ହେବା ଓ ସମର୍ଥନ କରିବାରେ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ମୋଦୀ କହିଛନ୍ତି। ଭାରତ କରୋନା ସମୟରେ ୧୫୦ଟି ଦେଶକୁ ସହଯୋଗ କରିବା ସହିତ ଔଷଧ ମଧ୍ୟ ପଠାଇଛି। 

gpkandhamal

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କୋଭିଡ-୧୯ ମହାମାରୀ ଏବେବି ଶେଷ ହୋଇନାହିଁ। ବିଶ୍ବର ଅଧିକାଂଶ ଲୋକ ଏବେବି କରୋନା ଟିକା ନେଇନାହାନ୍ତି। ଏଥିପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଏହି ପଦକ୍ଷେପ ଠିକ ସମୟରେ କରାଯାଇଛି, ଯାହାକି ସ୍ବାଗତଯୋଗ୍ୟ। ସେ କହିଛନ୍ତି ଯେ, ଭାରତ ସବୁବେଳେ ମନୁଷ୍ୟ ପଣିଆକୁ ଗୁରୁତ୍ବ ଦେଇଆସୁଛି। 

Umasankar Adv

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଚଳିତ ବର୍ଷ ଆରମ୍ଭରୁ ଆମେ ଏପର୍ଯ୍ୟନ୍ତ ୯୫ଟି ଦେଶକୁ ନିଜର କରୋନା ଟିକା ଉପଲବ୍ଧ କରିଛି। ଏଥି ସହିତ ଭାରତର ୟୁଏନ୍‌ ଶାନ୍ତି ସୈନିକଙ୍କୁ ମଧ୍ୟ ଟିକା ଦେଇଛି। ଭାରତରେ ଉତ୍ପାଦିତ ଡାଏଗ୍ନୋଷ୍ଟିକ କିଟ୍‌ସ, ମେଡିକାଲ ଡିଭାଇସ ଓ ପିପିଇ ବିଶ୍ବର ଅନ୍ୟ ରାଷ୍ଟ୍ରକୁ ଉପଲବ୍ଧ କରାଯାଇଛି। ଭାରତ ଯେତେ‌ବେଳେ କରୋନାର ୨ୟ ଲହରକୁ ମୁକାବିଲା କରୁଥିଲା ବିଶ୍ବକୁ ଏକ ପରିବାର ଦୃଷ୍ଟିରେ ଦେଖିଛି।

Leave A Reply

Your email address will not be published.