ଆହତ ପରେ ଫେରିଲେ ଶ୍ରେୟସ ଆୟର

ଦୁବାଇ, ସେପ୍ଟେମ୍ବର ୨୩ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୨ୟ ପର୍ଯ୍ୟାୟର ଏକ ଲିଗ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ସନରାଇଜର୍ସ ହାଇଦ୍ରାବାଦ୍‌କୁ ୮ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚରେ ହିରୋ ସାଜିଥିଲେ ଶ୍ରେୟସ ଆୟର। ଆହତ ପରେ ଟିମ୍‌କୁ ସୁସ୍ଥ ହୋଇ ଫେରିଥିବା ଆୟର ଦିଲ୍ଲୀକୁ ଛକା ମାରି ବିଜୟ ଦେଇଥିଲେ। 

gpkandhamal

କରୋନା ଯୋଗୁଁ ଦୁବାଇସ୍ଥିତ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟର ୩୩ତମ ମ୍ୟାଚରେ ସନ୍‌ରାଇଜର୍ସ ପ୍ରଥମେ ବ୍ୟାଟିଂ କରିଥିଲା। କେନ୍‌ ୱିଲିୟମସନ୍‌ଙ୍କ ନେତୃତ୍ବରେ ଟିମ୍‌ ନର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ୍‌ ହରାଇ ୧୩୪ ରନ୍‌ କରିଥିଲା। ହାଇଦ୍ରାବାଦ ପାଇଁ ଅବଦୁଲ ସମଦ ସର୍ବାଧିକ ୨୮ ରନ୍‌ ଯୋଡ଼ିଥିଲେ। ରସିଦ ଖାନ୍‌ ୨୨ ରନ୍‌, ଋଦ୍ଧିମାନ ଶାହା ଓ ଅଧିନାୟକ ୱିଲିୟମସନ୍‌ ୧୮-୧୮ ରନ୍‌ କରିଥିବା ବ‌େଳେ ମନୀଷ ପାଣ୍ଡେଙ୍କ ବ୍ୟାଟ୍‌ରୁ ୧୭ ରନ୍‌ ସଂଗୃହୀତ ହୋଇଥିଲା। 

Umasankar Adv

ଜବାବରେ ୧୩୫ ରନ୍‌ର ସହଜ ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ଟିମ୍‌ ୧୭.୫ ଓଭରରେ ହାସଲ କରିଥିଲା। ଟିମ୍‌ ୨ଟି ୱିକେଟ ହରାଇ ୧୩୯ ରନ୍‌ କରିଥିଲା। ଶିଖର ଧାୱନ ସର୍ବାଧିକ ୪୨ ରନ୍‌ କରିଥିଲେ। ସେ ୩୭ଟି ବଲ ଖେଳି ୬ଟି ଛକା ଓ ଗୋଟିଏ ଚୌକା ମାରିଥିଲେ। ଶ୍ରେୟସ ଆୟର ଅପରାଜିତ ୪୭ ରନ୍‌ ଓ ଋଷଭ ପନ୍ତ ଅପରାଜିତ ୩୬ ରନ୍‌ କରିଥିଲେ। ଓପନର ପୃଥ୍ବୀ ସ ୧୧ ରନ୍‌ ଦଳ ପାଇଁ ଯୋଡ଼ିଥିଲେ। 

Leave A Reply

Your email address will not be published.