ଭାରତରେ କରୋନା ଭାଇରସ

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ : ଭାରତରେ କରୋନା ଭାଇରସ ମହମାରୀର ୨ୟ ଲହର ଏବେବି ଜାରି ରହିଛି। ଦେଶରେ ସଂକ୍ରମଣ ଯଦିଓ ସାମାନ୍ୟ ମାତ୍ରାରେ ହ୍ରାସ ପାଇଛି, ତଥାପି ସଂପୂର୍ଣ୍ଣ ରୂପେ କରୋନା ମୁକ୍ତ ହେବାରେ ଆହୁରି ବହୁ ଦିନ ଲାଗିପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୧ ହଜାର ୯୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୩୧ ହଜାର ୯୬୮ ଜଣ ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ୨୭୯ ଲୋକଙ୍କର ମୃତ୍ୟୁ ହୋଇଛି। 

gpkandhamal

କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟରର ତଥ୍ୟ ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୩୫ ଲକ୍ଷ ୬୨ ହଜାର ୩୪ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୩ କୋଟି ୨୮ ଲକ୍ଷ ୮ ହଜାର ୧୭୫ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ୪ ଲକ୍ଷ ୪୬ ହଜାର ୮୦ ଲୋକ କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଏବେ ୩ ଲକ୍ଷ ୭ ହଜାର ୭୭୯ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ତେବେ ଭାରତ ସରକାରଙ୍କ ଦ୍ବାରା ଦୈନିକ କରୋନା ରିପୋର୍ଟ ଜାରି ହେବା ପରେ ଦେଶର ପ୍ରକୃତ ସଂକ୍ରମଣ ତଥ୍ୟ ଜଣାପଡ଼ିବ।   

Umasankar Adv
Leave A Reply

Your email address will not be published.