ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ

ୱାଶିଂଟନ, ସେପ୍ଟେମ୍ବର ୨୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ଆରମ୍ଭ ହୋଇସାରିଛି ଏବଂ ଭାରତୀୟ ସମୟ ଅନୁସାରେ ଗୁରୁବାର ବିଳମ୍ବିତ ରାତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ସହିତ ସାକ୍ଷାତ ହୋଇଛି । ଉଭୟ ନେତା ଏହି ସମୟରେ ଭାରତ-ଆମେରିକାର ସଂପର୍କ ଉପରେ ଚର୍ଚ୍ଚା କରିଛନ୍ତି । ସେହିପରି ବିଶ୍ୱର ଭିନ୍ନ ଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି । ଏଥିରେ ଆଫଗାନିସ୍ତାନ ପ୍ରସଙ୍ଗ ମଧ୍ୟ ସାମିଲ ଥିଲା । କମଲା ହ୍ୟାରିସ ଆତଙ୍କବାଦୀ ପ୍ରସଙ୍ଗରେ ପାକିସ୍ତାନ ଆଡ଼କୁ ଚାହିଛନ୍ତି ।

gpkandhamal

ପ୍ରଧାନମନ୍ତ୍ରୀ ମୋଦୀ ଓ କମଲା ହ୍ୟାରିସଙ୍କ ଏହା ଥିଲା ପ୍ରଥମ ସାକ୍ଷାତକାର । ମାତ୍ର ପୂର୍ବରୁ ଏହି ୨ ନେତା ଫୋନରେ କଥାବାର୍ତ୍ତା କରିଥିଲେ । ବୈଠକରେ କରୋନାର ସ୍ଥିତି, ଟିକାକରଣ ଓ ସ୍ୱାସ୍ଥ୍ୟ ସଂପର୍କିତ ଆଲୋଚନା ମଧ୍ୟ ହୋଇଥିଲା । ଏହା ବ୍ୟତୀତ ଜଳବାୟୁ ପରିବର୍ତ୍ତନକୁ ନେଇ ମଧ୍ୟ ମୋଦୀ ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସଂପର୍କରେ କହିଥିଲେ, ଯେଉଁଥିରେ କି ଜାତୀୟ ଉଦଯାନ ମିଶନ ମଧ୍ୟ ସାମିଲ । ଉଭୟ ନେତା ସ୍ୱାସ୍ଥ୍ୟ ଓ ଆଇଟି କ୍ଷେତ୍ରରେ ଭବିଷ୍ୟତ ନେଇ ଆଲୋଚନା କରିଥିଲେ । 

Umasankar Adv

ମୋଦୀ ଓ କମଲାଙ୍କ ବୈଠକ ପରେ ବିଦେଶ ସଚିବ ହର୍ଷ ଶୃଙ୍ଗଲା କହିଛନ୍ତି ଯେ, ବୈଠକରେ ଆତଙ୍କବାଦୀ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି । ହ୍ୟାରିସ ପାକିସ୍ତାନର ଭୂମିକା ସଂପର୍କରେ କହିଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ହର୍ଷ ଶୃଙ୍ଗଲାଙ୍କ ଅନୁସାରେ କମଲା ହ୍ୟାରିସଙ୍କ ହିସାବରେ ପାକିସ୍ତାନରେ ଆତଙ୍କବାଦୀ ଗ୍ରୁପ ସକ୍ରିୟ ଅଛନ୍ତି ଏବଂ ଇସଲାମାବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର । 

Leave A Reply

Your email address will not be published.