ଉପନିର୍ବାଚନ ସମୟରେ ଟିଏମସି ବିରୋଧରେ ସାଂଘାତିକ୍ ଅଭିଯୋଗ ଆଣିଲେ ପ୍ରୀୟଙ୍କା ଟିବ୍ରେୱାଲ

ଭବାନୀପୁର, ସେପ୍ଟେମ୍ବର ୩୦ : ଭାବନୀପୁର ଉପନିର୍ବାଚନରେ ଦ୍ୱିମୁଖୀ ଲଢେଇ ଜାରି ରହିଥିବା ବେଳେ ଉପନିର୍ବାଚନ ସମୟରେ ଟିଏମସି ବିରୋଧରେ ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ପ୍ରୀୟଙ୍କା ଟିବ୍ରେୱାଲ ।

ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ଗୋଟିଏ ପୋଲିଂ ବୁଥ୍‌ରେ ଟିଏମସି କର୍ମୀ ଜାଣିଶୁଣି ଭୋଟିଂ ମେସିନ୍ ବନ୍ଦ କରାଇଦେଇଥିବାର ଅଭିଯୋଗ ଆଣିଛନ୍ତି ପ୍ରୀୟଙ୍କା ।

Umasankar Adv
gpkandhamal

ସୂଚନା ଅନୂସାରେ ଆଜି ସକାଳୁ ପ୍ରୀୟଙ୍କା ପୋଲିଂ ବୁଥ୍ ଗୁଡିକ ପରିଦର୍ଶନ କରୁଥିବା ସମୟରେ ଏଭଳି କଥା ଜାଣିବାକୁ ପାଇଛନ୍ତି । ଏବଂ ଟିଏମସି ବିଧାୟକ ମଦନ ମିତ୍ରଙ୍କ ନାମରେ ଏହି ଅଭିଯୋଗ କରିଛନ୍ତି ପ୍ରୀୟଙ୍କା ଟିବ୍ରେୱାଲ ।

ତେବେ କଡା କରୋନା କଟକଣା ମଧ୍ୟରେ ଭବାନୀପୁରରେ ଭୋଟିଂ ଜାରି ରହିଛି । ଯାହାକୁ ନେଇ ଏବେ ଭବାନୀପୁର ରାଜନୀତି ଉଷ୍ମ ରହିଛି । ସକାଳ ୭ ଟାରୁ ବୁଥ୍ ଗୁଡିକରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିନ ୧୧ ଟା ସୁଦ୍ଧା ଭବାନୀପୁରରେ ୨୧.୭୩ ପ୍ରତିଶତ ମତଦାନ ହୋଇଛି ।

ଅନ୍ୟପଟେ ପ୍ରୀୟଙ୍କା ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟକ୍କର ଦେଉଥିବା ବେଳେ ଦିଦି ମଧ୍ୟ ନିଜ ସମ୍ମାନ ବଞ୍ଚାଇବାକୁ ଜୋରଦାର କରସତ ଜାରି ରଖିଛନ୍ତି ।

Leave A Reply

Your email address will not be published.