କରୋନା ପାଇଁ ଛଟ୍ ପୂଜା ଉପରେ କଟକଣା ଲଗାଇଲେ ସରକାର

ଦିଲ୍ଲୀ, ସେପ୍ଟେମ୍ବର 30 :ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡ଼ିଡ଼ିଏମ୍‌ଏ) କରୋନା ମହାମାରୀକୁ ଦୃଷ୍ଟିରେ ରଖି ଛଟ୍ ପୂଜା ଏବଂ ଅନ୍ୟାନ୍ୟ ପୁଜା ଉପରେ ପ୍ରତିବନ୍ଧକ ଲଗାଇଛି। ସର୍ବସାଧାରଣ ସ୍ଥାନରେ ଛଟ୍ ପୂଜା ଆୟୋଜନ ଉପରେ ଡ଼ିଡ଼ିଏମ୍‌ଏ ନିଷେଧ କରିଛି । ଏ ବାବଦରେ ଗୁରୁବାର ଏକ ଆନୁଷ୍ଠାନିକ ଭାବେ ନିର୍ଦ୍ଦେଶ ଜାରି କରାଯାଇଛି।ସର୍ବସାଧାରଣ ସ୍ଥାନ, ପଡିଆ, ମନ୍ଦିର ଏବଂ ଘାଟରେ ଛଟ୍ ପୂଜା ଉପରେ ନିଷେଧାଦେଶ ଜାରି କରାଯାଇଛି ବୋଲି ଡିଡିଏମଏ ନିର୍ଦ୍ଦେଶରେ କହିଛନ୍ତି । ଘରେ ରହି ପୂଜାପାଠ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି ଏବଂ ନଦୀ ଘାଟରେ ସ୍ନାହ ପାଇଁ ମଧ୍ୟ ବାରଣ କରାଯାଇଛି ।ଏହା ବ୍ୟତୀତ ମେଳା, ଖାଦ୍ୟ ଷ୍ଟଲ୍, ରାଲି, ଶୋଭାଯାତ୍ରା ଇତ୍ୟାଦିକୁ ମଧ୍ୟ ଉତ୍ସବରେ ଅନୁମତି ଦିଆଯିବ ନାହିଁ ।

gpkandhamal

ଏହି ଆଦେଶ ନଭେମ୍ବର ୧୫ ପର‌୍ୟ୍ୟଦନ୍ତ ବଳବତ୍ତର ରହିବ ବୋଲି ସୁଚନା ମିଳିଛି । କରୋନାର ତୃତୀୟ ଲହର ଆଗକୁ ଆସୁଥିବାରୁ ଏହାକୁ ଦୃଷ୍ଟି ରେ ରଖି ଏପରି ନିଷ୍ପତି ନିଆଯାଇଛି । ଏହା ସହିତ ଦିଲ୍ଲୀରେ ରାମଲିଲା ଆୟୋଜନ ସମ୍ପର୍କରେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ରାମଲିଲା ଆୟୋଜନ ପାଇଁ କଠୋର ସର୍ତ୍ତ ରଖାଯାଇଛି। ଦୀପାବଳିର ଛଅ ଦିନ ପରେ ଛଟ୍ ପୂଜା ଆରମ୍ଭ ହୁଏ । କିନ୍ତୁ ଚଳିତ ବର୍ଷ ଛଟ୍ ପୂଜାର ପର୍ବ ନଭେମ୍ବର ୮ ରୁ ଆରମ୍ଭ ହେବ । ଯାହାଫଳରେ ଘରେ ଛତ୍ର ପୂଜା ପାଳନ କରିବାକୁ ଡ଼ିଡ଼ିଏମ୍‌ଏ ଲୋକଙ୍କୁ ନିବେଦନ କରିଛି।

Umasankar Adv
Leave A Reply

Your email address will not be published.