ବିଚାରପତିଙ୍କୁ ଜୀବନରୁ ମାରିଦେବାର ଧମକ୍

ରାଜସ୍ଥାନ, ଅକ୍ଟୋବର ୩ : କୋର୍ଟରେ ଚାଲିଥିବା କେସ୍ ହାରିଯିବା ଭୟରେ ବିଚାରପତିଙ୍କୁ ଜୀବନରୁ ମାରିଦେବାର ଧମକ୍ ଦେଲା ଅଭିଯୁକ୍ତ । ବେନାମୀ ଚିଠିରେ ବିଚାରପତିଙ୍କୁ ଧମକ୍ ଦେଇ ଗିରଫ ହେଲା ଅଭିଯୁକ୍ତ । ଏଭଳି ଏକ ଘଟଣା ଘଟିଛି ରାଜସ୍ଥାନର ବୁନ୍ଦି ଜିଲ୍ଲାରେ । ସୂଚନା ଅନୂସାରେ ଜଣେ ୫୦ ବର୍ଷିୟ ବ୍ୟକ୍ତି ନାମରେ ଏକ କେସ୍ କୋର୍ଟରେ ବିଚାରଧିନ ରହିଥିବା ବେଳେ ଏହାର ଶୁଣାଣୀ ସମୟରେ ବ୍ୟକ୍ତି ଜଣଙ୍କୁ ଘାରିଥିଲା କେସ୍ ହାରିଯିବାର ଭୟ ।

gpkandhamal

ତେବେ କେସ୍ ହାରିଯିବା ଭୟରେ ବ୍ୟକ୍ତି ଜଣଙ୍କ ମାମଲାର ଶୁଣାଣୀ କରୁଥିବା ମୁଖ୍ୟ ବିଚାରପତିଙ୍କୁ ଏକ ଧମକ୍ ପୂର୍ଣ୍ଣ ଚିଠି ଲେଖିଥିଲେ । ଯେଉଁଥିରେ ସେ କେସ୍ ହାରିଗଲେ ବିଚାରପତିଙ୍କୁ ଜୀବନରୁ ମାରିଦେବାର ଧମକ୍ ଦିଆଯାଇଥିଲା ।

Umasankar Adv

ଏହି ଚିଠି କୁ ବେନାମୀ ଭାବରେ ବିଚାରପତିଙ୍କୁ ପଠାଯାଇଥିବା ବେଳେ ଏହି ମାମଲାରେ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତକୁ ଗିରଫ୍ କରିଛି ପୋଲିସ୍ । ବୁନ୍ଦି ପୋଲିସ୍ ର ସୂଚନା ଅନୂଯାଇ ଗତକାଲି ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଫରୱାର୍ଡ କରାଯିବ ।

Leave A Reply

Your email address will not be published.