ଭାରତରେ ପ୍ରତି ୭ ଜଣ ଶିଶୁରୁ ଜଣେ ଅବସାଦ ମନରେ ରହୁଥିବା ଦେଖାଯାଉଛି

ନୂଆଦିଲ୍ଲୀ, ଅକ୍ଟୋବର ୦୬ : କରୋନା ମହାମାରୀ ପୁରା ବିଶ୍ବକୁ ପ୍ରଭାବିତ କରିଛି। ଏଥିରେ ଶିଶୁ, ବରିଷ୍ଠ ନାଗରିକ, ମହିଳା, ପୁରୁଷ ସମେତ କୌଣସି ବର୍ଗର ଲୋକେ ବାଦ ପଡ଼ିନାହାନ୍ତି। ଏହି ମହାମାରୀ ଲୋକଙ୍କ ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଛି। ଏହାରି ଯୋଗୁଁ ଲୋକଙ୍କର ଚିନ୍ତା, ଉତ୍ତେଜନା, ଅବସାଦ ଭଳି ମାନସିକ ସମସ୍ୟା ବଢ଼ିଛି। ୟୁନିସେଫ (ୟୁନାଇଟେଡ ନ୍ୟାସନ ଚି‌ଲଡ୍ରେନ ଫଣ୍ଡ)ର ଏକ ରିପୋର୍ଟ ମଧ୍ୟ ଏହିପରି ଲୋକଙ୍କ ଉପରେ ନଜର ପକାଇଛି। 

gpkandhamal

ୟୁନିସେଫର ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ୧୫ରୁ ୨୪ ବର୍ଷର ଶିଶୁ ଓ ବୟସ୍କମାନଙ୍କ ମଧ୍ୟରୁ ପ୍ରତି ୭ଜଣଙ୍କ ମଧ୍ୟରୁ ଜଣେ ଶିଶୁ ଖୁସିରେ ନାହାନ୍ତି ଅଥବା କାମ କରିବାରେ ମନ ରଖନ୍ତି ନାହିଁ। ରିପୋର୍ଟରେ କୁହାଯାଇଛି ଯେ, କୋଭିଡ ମହାମାରୀ ବର୍ଷ ବର୍ଷ ଧରି ଶିଶୁ ଓ ବୟସ୍କଙ୍କ ଉପରେ ପ୍ରଭାବ ପକାଇପାରେ।  ୟୁନିସେଫ ଓ ଗ୍ୟାଲପ ତରଫରୁ ୨୧ଟି ଦେଶର ୨୦୦୦୦ ଶିଶୁ ଓ ବୟସ୍କଙ୍କୁ ନିଆଯାଇଥିଲା। ବୟସ୍କ ମାନଙ୍କ ଉପରେ କରାଯାଇଥିବା ସର୍ଭେରୁ ଜଣାପଡ଼ିଥିଲା ଯେ, ଭାରତରେ ଯୁବ ମାନସିକ ଉତ୍ତେଜନା ସମୟରେ କୌଣସି ଲୋକଙ୍କର ସମର୍ଥନ ନେବାଠାରୁ ବଂଚିତ ରହିଥାନ୍ତି। ଷ୍ଟେଟ ଅଫ ଦ ୱାର୍ଲ୍ଡସ ଚିଲଡ୍ରେନ୍‌ ୨୦୨୧ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ୧୫ରୁ ୨୪ ବର୍ଷର ଶିଶୁ କେବଳ ୪୧ ପ୍ରତିଶତ କହିଛନ୍ତି ଯେ, ମାନସିକ ସ୍ବାସ୍ଥ୍ୟ ସମସ୍ୟା ଲାଗି ସ‌ହଯୋଗ ନେବା ଭଲ, କିନ୍ତୁ ୨୧ଟି ଦେଶରେ ଏହା ହାରାହାରୀ ୮୩ ପ୍ରତିଶତ। 

Umasankar Adv
Leave A Reply

Your email address will not be published.