ଦେଶବାସୀଙ୍କୁ ମିଳିବ ପୁଣି ଏକ ଅନ୍ତର୍ଜାତୀୟ ବିମାନବନ୍ଦର

ଲକ୍ଷ୍ନୌ, ଅକ୍ଟୋବର ୧୩ (ଖବର ଓଡ଼ିଶା): ଦେଶବାସୀଙ୍କୁ ପୁଣି ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପହାର ମିଳିବ। ଏହି ବିମାନବନ୍ଦର ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୦ ତାରିଖରେ ନବନିର୍ମିତ ବିମାନବନ୍ଦରକୁ ଉଦଘାଟନ କରିବେ। କୁଶୀନଗର ବିମାନବନ୍ଦର ଉଦଘାଟନ ହେବା ପରେ ଉତ୍ତର ପ୍ରଦେଶରେ ଏହା ୩ୟ ଅପରେଶନାଲ ଅନ୍ତର୍ଜାତୀୟ ବିମାନବନ୍ଦର ହେବ।  

gpkandhamal

ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତରେ ବୌଦ୍ଧ ଭିକ୍ଷୁମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବିଦେଶୀମାନେ ମଧ୍ୟ ସାମିଲ ହେବେ। ବିମାନବନ୍ଦରର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଜନସଭାକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ଚଳିତ ମାସ ୨୫ ତାରିଖରେ ନିଜର ସଂସଦୀୟ କ୍ଷେତ୍ର ବାରାଣସୀ ଗସ୍ତ କରିପାରନ୍ତି। ବାରାଣସୀରେ ଏକାଧିକ ଉନ୍ନୟନ ପ୍ରକଳ୍ପର ନିର୍ମାଣ କାମ ସରିଛି। ସେହିପରି ମୋଦୀ ବାରାଣସୀରେ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିପାରନ୍ତି। 

Umasankar Adv
Leave A Reply

Your email address will not be published.