ହୋଟେଲରେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ

ନୂଆଦିଲ୍ଲୀ, ଅକ୍ଟୋବର ୧୩ : ଜାତୀୟ ରାଜଧାନୀ ଦିଲ୍ଲୀ ମହିଳା, ଯୁବତୀ ଓ ନାବାଳିକାଙ୍କ ପାଇଁ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି। କେନ୍ଦ୍ରୀୟ ଦିଲ୍ଲୀର ପାହାଡଗଂଜସ୍ଥିତ ଏକ ହୋଟେଲରେ ଜଣେ ୧୩ ବର୍ଷୀୟ ନାବାଳିକା ସହିତ ଦୁଷ୍କର୍ମ ଘଟଣା ଘଟିଛି। ଅଭିଯୁକ୍ତ ଫେରାର ହୋଇଯାଇଛି। ପାହାଡ଼ଗଂଜ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

gpkandhamal

ଜଣେ ପୋଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ପୋକସେ ଆଇନ ବଳରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ, ଏକାଧିକ ଟିମ ଅଭିଯୁକ୍ତକୁ କାବୁ କରିବା ପାଇଁ ଉଦ୍ୟମ କରୁଛନ୍ତି। ହେଟେଲର ସିସିଟିଭ କ୍ୟାମେରାକୁ ନିଆଯାଇଛି ଓ କର୍ମଚାରୀଙ୍କ ଭୂମିକା ମଧ୍ୟ ଥିବା ସନ୍ଦେହରେ ତଦନ୍ତ କରାଯାଉଛି।  ପୀଡିତ ନବମ ଶ୍ରେଣୀର ଛାତ୍ରୀ। ସେ ନିଜର ପରିବାର ସହିତ ହୌଜକାଜୀ ଅଂଚଳରେ ରହୁଛି। ପୀଡିତା ପୋଲିସକୁ କହିଛି ଯେ, ସେ ନିଜର ମା’ ସହିତ ହରିହର ଆଶ୍ରମକୁ ଖାଇବାକୁ ଅନେକ ସମୟରେ ଯାଇଥାଏ। ସେଠାରେ ଅନିଲ ନାମରେ ଜଣେ ଯୁବକ ସହିତ ତା’ର ଦେଖା ହୋଇଥାଏ। ପୀଡିତା ଅନିଲକୁ ଭାଇ ହିସାବରେ ଦେଖିଥାଏ।  ରବିବାର ଅନିଲର ପିତାଙ୍କ ମୋବାଇଲ ଫୋନକୁ କଲ ଆସିଥିଲା। ଅନିଲ ପୀଡିତାଙ୍କ ମା’ଙ୍କୁ ଝିଅ ପାଇଁ ୟୁନିଫର୍ମ ଦେଇ ଆସିବ। ମା’ଙ୍କ ଦେହ ଖରାପ ଥିଲା। ପୀଡିତା କହିଛି ଯେ, ଏଥି ପାଇଁ ମା’ ତାକୁ ଅନିଲ ସହିତ ପଠାଇ ଦେଇଥିଲା। 

Umasankar Adv

ପୀଡିତାର ଅଭିଯୋଗ ଅନୁସାରେ ରବିବାର ସକାଳ ସାଢ଼େ ୧୦ଟାରେ ତାକୁ ପାହାଡ଼ଗଂଜର ଏକ ହୋଟେଲକୁ ଅନିଲ ନେଇଯାଇଥିଲା। ସେଠାରେ ଏକ କୋଠରୀରେ ବସିବାକୁ କହିଥିଲା। କିନ୍ତୁ ପୀଡିତା ଭୟରେ ଚିତ୍କାର କରିବା ସହିତ ପଳାଇବାକୁ ଉଦ୍ୟମ ମଧ୍ୟ କରିଥିଲା। କିନ୍ତୁ ଅନିଲ ଧରିପକାଇଥିଲା। ମୁହଁରେ କପଡ଼ା ଦେଇ ଦୁଷ୍କର୍ମ କରିଥିଲା। ଅଭିଯୁକ୍ତ ଫେରାର ହୋଇଯିବା ପରେ ପୀଡିତା ମଧ୍ୟ ହୋଟେଲ ବାହାରକୁ ଆସିଥିଲା। 

Leave A Reply

Your email address will not be published.