ଭାରତରେ କରୋନା: ୨୪ ଘଣ୍ଟାରେ ୧୬,୦୨୧ ନୂଆ ପଜିଟିଭ

ନୂଆଦିଲ୍ଲୀ, ଅକ୍ଟୋବର ୧୩ : ଭାରତରେ କରୋନା ଭାଇରସ ମହମାରୀର ୨ୟ ଲହର ନିମ୍ନଗାମୀ ହେଉଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଦେଶରେ ୧୬ ହଜାର ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୨ ହଜାର ୮୫୦ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୨୨୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି।  ଦେଶରେ ୨୪ ଘଣ୍ଟା ପୂର୍ବରୁ ୧୩ ହଜାର ୧୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ସମୟ ମଧ୍ୟରେ ୨୬ ହଜାର ୫୭୨ ଜଣ ସୁସ୍ଥ ହୋଇଥିବା ବେଳେ ୧୭୭ ଜଣଙ୍କର ମୃତ୍ୟୁ ହୋଇଥିଲା।

gpkandhamal

କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟରର ତଥ୍ୟ ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୪୦ ଲକ୍ଷ ୫୦୦ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୩ କୋଟି ୩୩ ଲକ୍ଷ ୩୫ ହଜାର ୩୦୧ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ୪ ଲକ୍ଷ ୫୧ ହଜାର ୨୨୦ ଲୋକ କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଏବେ ୨ ଲକ୍ଷ ୧୩ ହଜାର ୯୭୯ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ତେବେ ଭାରତ ସରକାରଙ୍କ ଦ୍ବାରା ଦୈନିକ କରୋନା ରିପୋର୍ଟ ଜାରି ହେବା ପରେ ଦେଶର ପ୍ରକୃତ ସଂକ୍ରମଣ ତଥ୍ୟ ଜଣାପଡ଼ିବ।      

Umasankar Adv
Leave A Reply

Your email address will not be published.