ବିତିଲା ଖଣାପ ଦିନ, ଦୈନିକ କୋଇଲା ଉତ୍ପାଦନ କ୍ଷମତା ବଢ଼ିଲା ୧.୫୭ରୁ ୧.୯୪ ମିଲିୟନ ଟନ୍‌!

ନୂଆଦିଲ୍ଲୀ, ଅକ୍ଟୋବର ୧୩ : ଦେଶବ୍ୟାପୀ ବିଦ୍ୟୁତ ଉତ୍ପାଦନ କରିବାରେ ଅସୁବିଧାର ସମାଧାନ ହୋଇଛି। କୋଇଲା ଯୋଗାଣାର ସଂକଟରୁ ଦୂର ରହିବା ପାଇଁ କେନ୍ଦ୍ର ସରକାର ଦୈନିକ ଉତ୍ପାଦନ କ୍ଷମତା ବୃଦ୍ଧି କରିଛନ୍ତି। ସରକାର କହିଛନ୍ତି, କୋଇଲା ଉତ୍ପାଦନ ସମସ୍ୟା ରହିବ ନାହିଁ। ସବୁଠାରୁ ଖରାପ ସମୟ ଅତିକ୍ରାନ୍ତ ହୋଇସାରିଛି ଓ ବିଦ୍ୟୁତର କୌଣସି ସଂକଟ ଆସିବ ନାହିଁ। 

gpkandhamal

ଜାତୀୟ ଗଣମାଧ୍ୟମକୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କୋଲ ଇଣ୍ଡିଆ ଗତ ୪ ଦିନରେ ୧.୫୭ ମିଲିୟନ ଟନରୁ ୧.୯୪ ମିଲିୟନ ଟନ ଦୈନିକ ଉତ୍ପାଦନ ବଢ଼ାଇଛି। ଏହା ଆଗାମୀ ଦିନରେ ଆହୁରି ଅଧିକ ବଢ଼ିପାରେ। ଆଗାମୀ ସପ୍ତାହ ପର୍ଯ୍ୟନ୍ତ ୨ ମିଲିୟନ ଟନ ଦୈନିକ ଉତ୍ପାଦନ ବଢ଼ିବାର ଆଶଙ୍କା ରହିଛି। 

Umasankar Adv

କିଛି ବିଦ୍ୟୁତ ୟୁନିଟରେ ଷ୍ଟକ କମ ରହିଛି, ଯେଉଁମାନେ କି ଆମଦାନୀ କୋଇଲା ଉପରେ ନିର୍ଭର କରୁଥିଲେ। ଅନ୍ତର୍ଜାତୀୟ ବଜାରରେ କୋଇଲା ଦର ୩ ଗୁଣ ବଢ଼ିଥିବାରୁ ଆମଦାନୀରେ ଅସୁବିଧା ପହଂଚିଥିଲା। ଏଥି ପାଇଁ ରାଜ୍ୟମାନଙ୍କୁ କୋଲ ଇଣ୍ଡିଆରରୁ ନିଜର କୋଟା ଉଠାଇ ସ୍ଥାନୀୟ ସ୍ତର ଉପରେ ଷ୍ଟକ କରିବାର ଥିଲା। କିନ୍ତୁ ଏହା ହୋଇ ନଥିବାରୁ କୋଇଲା ସଂକଟ ଦେଖାଯାଇଥିଲା। 

Leave A Reply

Your email address will not be published.