ଫେସ୍‌ବୁକ, ଇନଷ୍ଟ୍ରାଗ୍ରାମ ଓ ହ୍ବାଟ୍‌ସଆପ୍‌ ପରେ ଏବେ Gmail ଡାଉନ

ନୂଆଦିଲ୍ଲୀ, ଅକ୍ଟୋବର ୧୩ : ନିକଟରେ ଫେସ୍‌ବୁକ, ଇନଷ୍ଟାଗ୍ରା ଓ ହ୍ବାଟ୍‌ସଆପର ସେବା ଡାଉନ ହୋଇଥିଲା। ଏବେ Gmail ସେବା ସଠିକ ଭାବରେ କାମ କରୁନାହିଁ। ଭାରତର ଅନେକ ଅଂଚଳରେ ଲୋକେ ଗୁଗଲର ଏହି ମାଗଣା ସେବାକୁ ଏକ୍ସସେସ କରିପାରୁ ନାହାନ୍ତି। କିଛି Gmail ୟୁଜର୍ସ ମେଠ ପଠାଇପାରୁନାହାନ୍ତି। ସେହିଭଳି କିଛି ୟୁଜର୍ସଙ୍କ ପାଖକୁ ମେଲ ଆସିପାରୁ ନାହିଁ।  ଇଣ୍ଟରନେଟ ସେବା ଆଉଟେଜ ଉପରେ ନଜର ରଖିଥିବା ସାଇଟ Down Detector ଅନୁସାରେ ୬୮ ପ୍ରତିଶତ ଲୋକ ରିପୋର୍ଟ କରିଛନ୍ତି ଯେ, ସେମାନେ ୱେବସାଇଟ ଏକ୍ସସେସ କରିବାରେ ଅସୁବିଧାର ସାମ୍ନା କରୁଛନ୍ତି। ସେହିପରି ୧୮ ପ୍ରତିଶତ ୟୁଜର୍ସ କହିଛନ୍ତି, ତାଙ୍କୁ ୱେବସାଇଟ ଏକ୍ସସେସ କରିବାରେ ଅସୁବିଧା ହେଉଛି। ୧୬ ପ୍ରତିଶତ ୟୁଜର୍ସଙ୍କୁ ଲଗଇନ କରିବାରେ ଅସୁବିଧା ହେଉଛି। 

gpkandhamal

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜିମେଲର ଏହି ଅସୁବିଧା ନେଇ ଲୋକେ #gmaildown ସହ ଟୁଇଟ କରୁଛନ୍ତି। କଂପାନୀ ଏପର୍ଯ୍ୟନ୍ତ ଆଉଟେଜର କାରଣ କହି ନାହିଁ। ଭାରତର ଅନେକ ଅଂଚଳରେ ୟୁଜର୍ସ ଜିମେଲର ଡାଉନ ରହିବା ଅଭିଯୋଗ ଆଣୁଛନ୍ତି।  ସୂଚନାଯୋଗ୍ୟ, ଗତ ୪ ତାରିଖରେ ସାମାଜିକ ଗଣମାଧ୍ୟମ ସାଇଟ ଫେସ୍‌ବୁକ, ଇନଷ୍ଟାଗ୍ରାମ ଓ ହ୍ବାଟ୍‌ସଆପ ଆଉଟେଜ ହୋଇଥିଲା। ଏହା ୬ ଘଣ୍ଟା ପର୍ଯ୍ୟନ୍ତ ଠିକ ଭାବେ କାମ କରି ନଥିଲଶ। ତେବେ ଗତ ସପ୍ତାହରେ ଏହି ସେବା ଗୁଡ଼ିକ ୨ ଥର ଆଉଟେଜ ଥିଲା। 

Umasankar Adv
Leave A Reply

Your email address will not be published.