ବିଶ୍ବବ୍ୟାପୀ କରୋନା ଭାଇରସରେ ୪୮.୮୦ ଲକ୍ଷ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ଅକ୍ଟୋବର ୧୩ : କରୋନା ଭାଇରସ ମହାମାରୀ ଯୋଗୁଁ ବିଶ୍ବବ୍ୟାପୀ ୨୩ କୋଟି ୯୪ ଲକ୍ଷ ଲୋକ ସଂକ୍ରମିତ ହୋଇ ସାରିଛନ୍ତି। ୪୮ ଲକ୍ଷ ୮୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ପୁଣି ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ଏହି ସମୟ ମଧ୍ୟରେ ୩ ଲକ୍ଷ ୭୫ ହଜାର ୪୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୫୭୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।  

gpkandhamal

ବିଶ୍ବବ୍ୟାପୀ ୨୩ କୋଟି ୯୪ ଲକ୍ଷ ୩୧ ହଜାର ୫୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୪୮ ଲକ୍ଷ ୮୦ ହଜାର ୫୪୧ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ବରେ ୨୧ କୋଟି ୧୬ ଲକ୍ଷ ୯୯ ହଜାର ୯୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୭୮ ଲକ୍ଷ ୫୧ ହଜାର ୧୩୩ ସକ୍ରିୟ ଆକ୍ରାନ୍ତଙ୍ ମଧ୍ୟରୁ ୮୧ ହଜାର ୩୬୯ ଜଣ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। 

Umasankar Adv
Leave A Reply

Your email address will not be published.