ଭାରତରେ କରୋନା: ୨୪ ଘଣ୍ଟାରେ ୨୪୯ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ଅକ୍ଟୋବର ୧୪ : କରୋନା ଭାଇରସ ମହମାରୀ ଭାରତରେ ନିୟନ୍ତ୍ରିତ ହୋଇପାରି ନାହିଁ। ବିଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଦେଶରେ ୧୯ ହଜାର ୧୮୦ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। କରୋନାରୁ ୧୯ ହଜାର ୭୯୬ ଜଣ ସୁସ୍ଥ ହୋଇଥିବା ବେଳେ ୨୪୯ ଜଣଙ୍କର ମୃତ୍ୟୁ ହୋଇଛି। ବିଗତ ୨୪ ଘଣ୍ଟା ପୂର୍ବରୁ ଦେଶରେ ୧୬ ହଜାର ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୨ ହଜାର ୮୫୦ ଜଣ ସୁସ୍ଥ ହୋଇଥିଲେ। କିନ୍ତୁ ୨୨୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।  

gpkandhamal

କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟରର ତଥ୍ୟ ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ୩ କୋଟି ୪୦ ଲକ୍ଷ ୧୯ ହଜାର ୬୮୦ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୩ କୋଟି ୩୩ ଲକ୍ଷ ୫୫ ହଜାର ୯୭ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ୪ ଲକ୍ଷ ୫୧ ହଜାର ୪୬୯ ଲୋକ କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଏବେ ୨ ଲକ୍ଷ ୧୩ ହଜାର ୧୧୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ତେବେ ଭାରତ ସରକାରଙ୍କ ଦ୍ବାରା ଦୈନିକ କରୋନା ରିପୋର୍ଟ ଜାରି ହେବା ପରେ ଦେଶର ପ୍ରକୃତ ସଂକ୍ରମଣ ତଥ୍ୟ ଜଣାପଡ଼ିବ।    

Umasankar Adv
Leave A Reply

Your email address will not be published.